୨.୧୧ କୋଟି ଟଙ୍କାର ରେଞ୍ଜ ରୋଭର କିଣିଲେ ସଞ୍ଜୟ ଦତ୍ତ: ଘଣ୍ଟା ପ୍ରତି ସ୍ପିଡ଼ ୨୨୫ କି:ମି

Published By : Prameya-News7 Bureau | April 12, 2019 IST

ମୁମ୍ବାଇ ୧୨/୪ : ବହୁତ ଦିନ ପରେ ସଞ୍ଜୟ ଦତ୍ତ ବଡ ପରଦାକୁ ଫେରିଛନ୍ତି | ମାଧୁରୀ ଦୀକ୍ଷିତଙ୍କ ସହ ସଞ୍ଜୟ ଦତ୍ତ 'କଳଙ୍କ' ଫିଲ୍ମରେ ଅଭିନୟ କରିଛନ୍ତି | ବହୁତ ବର୍ଷ ପରେ ମାଧୁରୀଙ୍କ ସହ ଫିଲ୍ମ କରିଥିବାରୁ ଚର୍ଚ୍ଚାକୁ ଆସିଛନ୍ତି ସଞ୍ଜୟ | ସଞ୍ଜୟ ଦତ୍ତଙ୍କୁ ନେଇ ଆଉ ବଡ ଖବର ଶୁଣିବାକୁ ମିଳୁଛି | ସଞ୍ଜୟ ଦତ୍ତ ଏବେ ଏକ ନୂଆ କାର କିଣିଛନ୍ତି ଯେଉଁଥିପାଇଁ ଚର୍ଚ୍ଚାକୁ ଆସିଛନ୍ତି | ନିକଟରେ ସଞ୍ଜୟ ଲଗଜରି ଏସୟୁଭି ରେଞ୍ଜ ରୋଭର କାର କିଣିଛନ୍ତି | ନିଜ ନୂଆ କାର ସହ ଏକ ଫଟୋ ଇନ୍ସଟାଗ୍ରାମରେ ପୋଷ୍ଟ କରିଛନ୍ତି ସଞ୍ଜୟ |

{"id":102946}


ରିପୋର୍ଟ ଅନୁଯାୟୀ, ସଞ୍ଜୟ ଦତ୍ତ ଯେଉଁ ରେଞ୍ଜ ରୋଭର କିଣିଛନ୍ତି ତାର ଓଜନ ୨ ଟନରୁ ଅଧିକ | ଏହି କାର ଘଣ୍ଟା ପ୍ରତି ୦-୧୦୦ ଗତି ୫.୫ ସେକେଣ୍ଡରେ ହାସିଲ କରିପାରେ | ଏହି କାରର ଟପ ସ୍ପିଡ଼ ଘଣ୍ଟା ପ୍ରତି ୨୨୫ କି:mi: | ଏହି କାରରେ ୮-ସ୍ପିଡ଼ ଅଟୋମେଟିକ ଟ୍ରାନ୍ସମିଶନ ଲାଗିଛି |

{"id":102947}


ସଞ୍ଜୟ ଯେଉଁ ରେଞ୍ଜ ରୋଭର କିଣିଛନ୍ତି ଦିଲ୍ଲୀରେ ତାର ଏକ୍ସ ଶୋ'ରୁମ ମୂଲ୍ୟ ୨.୧୧ କୋଟି ଟଙ୍କା | ସଞ୍ଜୟଙ୍କ ପାଖରେ ଫେରାରି ୫୯୯ ଏବଂ ବିଏମଡବ୍ଲ୍ୟୁ ୭ ସିରିଜ କାର ମଧ୍ୟ ଅଛି | ଏହାଛଡା ଅଡ଼ି Q7, ରୋଲ୍ସ ରୟସୀ ଭଳି ଲଗଜରି ଗାଡି ମଧ୍ୟ ଅଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.