ଭଉଣୀ ପ୍ରିୟାଙ୍କ ସହ ସାୱଲିୟା ସେଠ୍ ଦରବାରରେ ଭଗବାନଙ୍କୁ ଦର୍ଶନ କଲେ ସଞ୍ଜୟ ଦତ୍ତ
25/01/2021 at 12:54 PM

ଚିତ୍ତୋରଗଡ ୨୫/୦୧ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରବିବାର ଦିନ ନିଜ ଭଉଣୀ ତଥା ପୂର୍ବତ ସାଂସଦ ପ୍ରିୟା ଦତ୍ତଙ୍କ ସହ ଚିତ୍ତୋରଗଡ ସ୍ଥିତ ସାୱଲିୟା ସେଠ ଦରବାରରେ ପୂଜା କରିଛନ୍ତି।

ସାୱଲିୟା ସେଠ ଦରବାର ମଣ୍ଡଫିୟାରେ ରହିଛି। ଏଠାରେ ସାୱଲିୟା ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ପାଆନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପରେ ସଞ୍ଜୟ ଦତ୍ତ ମନ୍ଦିର ପୂଜାରୀଙ୍କ ଠାରୁ ଆଶୀର୍ବାଦ ନେଇଥିଲେ।

ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତ ମନ୍ଦିର ଯାଇଥିବା ସୂଚନା କାହା ପାଖରେ ନଥିଲା। ସେ ହଠାତ ମନ୍ଦିରରେ ପହଞ୍ଚିଥିଲେ। ସଞ୍ଜୟ ଦତ୍ତଙ୍କୁ ଦେଖି ପ୍ରଶଂସକ ବହୁତ ଖୁସି ହୋଇଥିଲେ। ଲୋକେ ତାଙ୍କୁ ଫିଲ୍ମି ନାଁରେ ଡାକିଥିଲେ। କିଏ ସଞ୍ଜୁ ତ କିଏ ଖଳନାୟକ ଡାକିଥିଲେ। ଲୋକେ ବହୁତ ଉତ୍ସାହିତ ହୋଇଥିଲେ। ମନ୍ଦିର ମଣ୍ଡଳ ତରଫରୁ ସଞ୍ଜୟ ଦତ୍ତ ଓ ପ୍ରିୟା ଦତ୍ତଙ୍କୁ ଓଢଣୀ ଦେଇ ସ୍ୱାଗତ କରାଯାଇଥିଲା। ସଞ୍ଜୟ ଦତ୍ତଙ୍କ ଜଣେ ନିକଟ ବନ୍ଧୁ ତାଙ୍କୁ ସାୱଲିୟା ସେଠଙ୍କ ମହିମା ସମ୍ପର୍କରେ କହିଥିଲେ।

ସେଥିପାଇଁ ସେ ସାୱଲିୟା ସେଠ ଦର୍ଶନ ପାଇଁ ଯାଇଥିଲେ। ସେ ମୁମ୍ବାଇରୁ ବିମାନ ଯୋଗେ ସିଧା ଉଦୟପୁର ଦବୋକରେ ପହଞ୍ଚିଥିଲେ। ସେଠାରୁ କାରରେ ସାୱଲିୟା ସେଠରେ ପହଞ୍ଚିଥିଲେ।

ଭାଇ-ଭଉଣୀ ସାୱଲିୟା ସେଠ ଦର୍ଶନ କରି ପୁଣି ଦବୋକ ବାହାରି ଯାଇଥିଲେ। ସଞ୍ଜୟ ଦତ୍ତ କହିଛନ୍ତି ଯେ ସେ ନିଜର ଜଣେ ନିକଟ ବନ୍ଧୁଙ୍କ ଅନୁରୋଧ ଓ ପରାମର୍ଶରୁ ଏଠାକୁ ଆସିଛନ୍ତି। ମନୋସ୍କାମନା ପୁରା ହେବାପରେ ସେ ପୁଣି ସାୱଲିୟା ସେଠ ଦରବାର ଆସିବେ ବୋଲି କହିଛନ୍ତି।