ମା' ନର୍ଗିସ୍‌ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଫଟୋ ସେୟାର କଲେ ସଞ୍ଜୟ : କହିଲେ '୩୯ ବର୍ଷ ହୋଇଗଲାଣି ତଥାପି...'

Published By : Prameya-News7 Bureau | May 04, 2020 IST

ମୁମ୍ବାଇ ୦୪/୦୫ : ହିନ୍ଦୀ ସିନେମା ଜଗତର ମହାନ ଅଭିନେତ୍ରୀ ନର୍ଗିସ ଦତ୍ତ ନିଜ କ୍ୟାରିଅରରେ ବହୁତ ଭଲ ଭଲ ଫିଲ୍ମ କରିଛନ୍ତି | ସେ ୫ ବର୍ଷ ବୟସରୁ ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ | ସେ ଶ୍ରୀ ୪୨୦, ମଦର ଇଣ୍ଡିଆ, ଚୋରି-ଚୋରି, ଆୱାରା, ଆହଃ, ଅନହୋନୀ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି | ୧୯୫୭ ମସିହାରେ ରିଲିଜ ହୋଇଥିଲା ମଦର ଇଣ୍ଡିଆ | ଏହା ପରେ ପରେ ସେ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ | ୧୯୮୧ ମସିହା ମେ ୩ ତାରିଖରେ ଜଣାପଡିଥିଲା ନର୍ଗିସ କ୍ୟାନସରରେ ପୀଡିତ ଅଛନ୍ତି | ସେତେବେଳେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା | ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା | ଗତକାଲି, ମେ ୩ ତାରିଖରେ ତାଙ୍କର ୩୯ତମ ଶ୍ରାଦ୍ଧ ଦିବସ ଥିଲା | ନର୍ଗିସଙ୍କ ଶ୍ରାଦ୍ଧ ଦିବସରେ ପୁଅ ସଞ୍ଜୟ ଦତ୍ତ ଶାସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି | 

{"id":264403,"width":578,"height":575,"sizeSlug":"large"}

ମା'ଙ୍କ ସହ ନିଜର ଫଟୋ ସେୟାର କରି ସଞ୍ଜୟ ଲେଖିଛନ୍ତି, 'ଆମକୁ ଛାଡି ଯିବାର ୩୯ ବର୍ଷ ବିତିଗଲାଣି, ହେଲେ ମୁଁ ଜାଣିଛି ଆପଣ ଆଜି ମଧ୍ୟ ମୋ ସହିତ ଅଛନ୍ତି | ମୁଁ ପ୍ରତିଦିନ ଆପଣଙ୍କୁ ମନେପକାଏ | ମୁଁ ଆପଣଙ୍କୁ ବହୁତ ଭଲପାଏ ମା' |'

{"id":264404,"width":585,"height":389,"sizeSlug":"large"}

ସୂଚନାଯୋଗ୍ୟ ଯେ, ୧୯୮୧ ମସିହା ମେ ୩ ତାରିଖରେ ନର୍ଗିସଙ୍କ ଦେହାନ୍ତ ହୋଇଥିଲା | ସେ କ୍ୟାନସରରେ ପୀଡିତ ଥିଲେ | ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ନିଆଯାଇଥିଲା | କିନ୍ତୁ ଆମେରିକାରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡି ଯାଇଥିଲା ଓ ମେ ୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.