ନୂଆ ଲୁକ୍‌ରେ ନଜର ଆସିଲେ ସଞ୍ଜୁ ବାବା: କହିଲେ 'କ୍ୟାନସର୍‌କୁ ପରାଜିତ କରିବି', ଭିଡିଓ ଭାଇରାଲ୍

Published By : Prameya-News7 Bureau | October 15, 2020 IST

ମୁମ୍ବାଇ ୧୫/୧୦ : ସଞ୍ଜୟ ଦତ୍ତ ଚତୁର୍ଥ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ତାଙ୍କ ପରିବାର, ବନ୍ଧୁ ସମ୍ପର୍କୀୟ ଓ ପ୍ରଶଂସକଙ୍କୁ ଏକ ଶକ୍ତ ଆଘାତ ଲାଗିଥିଲା। ସୋସିଆଲ୍ ମିଡ଼ିଆରେ ସଞ୍ଜୟଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ସଞ୍ଜୟ ଦତ୍ତ କହୁଛନ୍ତି ଯେ ସେ କ୍ୟାନସରକୁ ହରାଇଦେବେ। ଭିଡିଓ ପ୍ରସିଦ୍ଧ ହେୟାର୍ ଷ୍ଟାଇଲିଷ୍ଟ ଅଲିମ ହକିମ ପୋଷ୍ଟ କରିଛନ୍ତି। ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଅଲିମ୍ ହକିମ୍ ନିଜ ଇନ୍ସଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରି କ୍ୟାପସନ୍ ଦେଇଛନ୍ତି, ଦୟାଳୁ ସ୍ୱଭାବ ଆମର ପ୍ରିୟ ରକଷ୍ଟାର୍ ସେଲୁନରେ ଅଛନ୍ତି।

wp:core-embed/instagram {"url":"https://www.instagram.com/p/CGVNa2nBsgZ/","type":"rich","providerNameSlug":"instagram","className":""}
https://www.instagram.com/p/CGVNa2nBsgZ/
/wp:core-embed/instagram

ଭିଡିଓରେ ସଞ୍ଜୁ ବାବା କହୁଛନ୍ତି, 'ହାଏ, ମୁଁ ସଞ୍ଜୟ ଦତ୍ତ, ପୁଣି ସେଲୁନକୁ ଆସି ଭଲ ଲାଗିଲା। ମୁଁ ହେୟାର୍ କଟ୍ କରାଇଛି। ମୋ ଜୀବନରେ ଏକ ନୂଆ ରୋଗ ପ୍ରବେଶ କରିଛି, କିନ୍ତୁ ମୁଁ ଏହାକୁ ପରାଜିତ କରିବି। ମୁଁ କ୍ୟାନସରରୁ ଖୁବ ଶୀଘ୍ର ସୁସ୍ଥ ହୋଇଯିବି।'

wp:core-embed/instagram {"url":"https://www.instagram.com/p/CGUnxrXheeX/","type":"rich","providerNameSlug":"instagram","className":""}
https://www.instagram.com/p/CGUnxrXheeX/
/wp:core-embed/instagram

ଭିଡିଓରେ ସଞ୍ଜୟ ନିଜର ଆଗାମୀ ଫିଲ୍ମ କେଜିଏଫ-୨ ସମ୍ବନ୍ଧରେ ମଧ୍ୟ ସୂଚନା ଦେଇଛନ୍ତି। ଫିଲ୍ମ ପାଇଁ ସେ ଦାଢ଼ି ବଢାଉଛନ୍ତି ବୋଲି କହିଛନ୍ତି। ଫିଲ୍ମର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ। ଏହି ଫିଲ୍ମରେ ସେ ମୁଖ୍ୟ ଖଳନାୟକ ଅଧୀରା ଭୂମିକାରେ ଅଭିନୟ କରିବେ। କେଜିଏଫ-୨ ଛଡା ସଞ୍ଜୟଙ୍କ ହାତରେ ଆହୁରି ଅନେକ ଫିଲ୍ମ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.