ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦/୦୮ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମୁମ୍ବାଇ ଲୀଲାବତୀ ହସ୍ପିଟାଲରୁ ଆଜି ଡିସଚାର୍ଜ ହୋଇଛନ୍ତି | ହସ୍ପିଟାଲରୁ ଘରକୁ ଆସିବା ସମୟରେ ପାପାରାଜି ସାମ୍ନାରେ ହାତ ହଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ | ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଅଗଷ୍ଟ ୮ ତାରିଖ ସନ୍ଧ୍ୟାରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲରେ ତାଙ୍କର କରୋନା ୭ କରାଯାଇଥିଲା | ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି | ହସ୍ପିଟାଲରେ ଭର୍ତ୍ତି ହେବା ସୂଚନା ସଞ୍ଜୟ ଦତ୍ତ ନିଜେ ଟ୍ୱିଟର ମାଧ୍ୟମରେ ଦେଇଥିଲେ |

{"id":312582,"width":576,"height":433,"sizeSlug":"large"}

ଟ୍ୱିଟରରେ ସେ ଲେଖିଥିଲେ ଯେ, "ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଚି ଯେ ବର୍ତ୍ତମାନ ମୁଁ ଡାକ୍ତରଙ୍କ ଦେଖରେଖରେ ଅଛି ଏବଂ ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି | ଲୀଳାବତୀ ହସ୍ପିଟାଲରେ ଡାକ୍ତର, ନର୍ସ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ମୁଁ ଦିନେ ଦୁଇ ଦିନ ଭିତରେ ଭଲ ହୋଇ ଫେରି ଆସିବି | ଆଶୀର୍ବାଦ ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ |"

{"id":312584,"width":579,"height":390,"sizeSlug":"large"}

ଶନିବାର ସନ୍ଧ୍ୟାରେ ପାଖାପାଖି ୪ଟା ସମୟରେ ସଞ୍ଜୟ ଦତ୍ତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା | ସେଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | 

{"id":312586,"width":571,"height":384,"sizeSlug":"large"}

ଫିଲ୍ମ ସମ୍ପର୍କରେ ଯଦି କୁହାଯାଏ ତାହେଲେ ସୋମବାର ଦିନ ସଞ୍ଜୟ ଦତ୍ତଙ୍କ ଅପକମିଙ୍ଗ ଫିଲ୍ମ ସଡକ-୨ରେ ତାଙ୍କର ଫାଷ୍ଟଲୁକ ରିଭିଲ କରାଯାଇଛି | ସଡକ-୨ ରେ ସଞ୍ଜୟ ଦତ୍ତଙ୍କ ସହିତ ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି | ମହେଶ ଭଟ୍ଟଙ୍କ ନିର୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୮ ତାରିଖରେ ଡିଜ୍ନି ହଟଷ୍ଟାର୍ ରେ ରିଲିଜ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.