ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ ଖବର

Published By : Prameya-News7 Bureau | August 22, 2020 IST

ମୁମ୍ବାଇ ୨୨/୦୮ : ବଲିଉଡ ବାବା ସଞ୍ଜୟ ଦତ୍ତ ତୃତୀୟ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି | ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | 

ସଞ୍ଜୟ ଦତ୍ତଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ | କିଛି ଜରୁରୀ ଟେଷ୍ଟ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ସବୁ ଟେଷ୍ଟ ରିପୋର୍ଟ ଅସ୍ୱୀସାରିଛି | ସଞ୍ଜୟ ଦତ୍ତଙ୍କୁ ଖୁବ ଶୀଘ୍ର ଡିସଚାର୍ଜ କରାଯିବ |

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ | ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୀ ଫେରିଥିବା ଯୋଗୁଁ ତାଙ୍କୁ ଆମେରିକାରେ ଚିକିତ୍ସା ପାଇଁ ଅନୁମତି ମିଳିନାହିଁ |

wp:core-embed/instagram {"url":"https://www.instagram.com/p/CDNvHNqDHVV/","type":"rich","providerNameSlug":"instagram","className":""}
https://www.instagram.com/p/CDNvHNqDHVV/
/wp:core-embed/instagram

ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ କ୍ୟାନସର ରୋଗୀଙ୍କ ଅନ୍ୟ ଅଙ୍ଗକୁ କବଳିତ କରେ ତାହାକୁ ଥାର୍ଡ଼ ଷ୍ଟେଜ କ୍ୟାନସର କୁହାଯାଏ | ଅର୍ଥାତ ଗୋଟିଏ ଅଙ୍ଗରେ ଜନ୍ମ ନେଇଥିବା କ୍ୟାନସର ଅନ୍ୟ ଅଙ୍ଗ ଯାଏଁ ବ୍ୟାପିଥାଏ | ଏହା କ୍ୟାନସରର ଗମ୍ଭୀର ସ୍ଥିତିର ଆରମ୍ଭ | କିନ୍ତୁ ସଞ୍ଜୟ ଦତ୍ତଙ୍କ ମାମଲାରେ ଏହିଭଳି ହୋଇନାହିଁ | ଫୁସଫୁସ କ୍ୟାନସରର ଥାର୍ଡ଼ ଷ୍ଟେଜ ଅନ୍ୟ କ୍ୟାନସର ଷ୍ଟେଜ ଠାରୁ ଅଲଗା | ଥାର୍ଡ଼ ଷ୍ଟେଜ ଫୁସଫୁସ କ୍ୟାନସର ଫୁସଫୁସ ଯାଏଁ ହିଁ ସୀମିତ | ଏବେ ମଧ୍ୟ ଚିକିତ୍ସାର ପୁରା ସମ୍ଭାବନା ରହିଛି | କିନ୍ତୁ ଫୁସଫୁସ କ୍ୟାନସରର ଚାରୁର୍ଥ ଷ୍ଟେଜ ଅତ୍ୟନ୍ତ ଭୟାବହ | ଫୋର୍ଥ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ରୋଗୀଙ୍କ ପାଇଁ ବଞ୍ଚିବା ବହୁତ କଷ୍ଟକର ବୋଲି କୁହାଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.