ସଞ୍ଜୟ ବେହେରା ହେଲେ ଓଡିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ

Published By : Prameya-News7 Bureau | September 27, 2019 IST

କଟକ ୨୭।୯: ଓଡିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ଭାବେ ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଞ୍ଜୟ ବେହେରା । ସେହିଭଳି ଓଡିଶା କ୍ରିକେଟ୍ ଆସୋସିଏସନର ଉପସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି ।

ଆଜି ଓଡିଶା କ୍ରିକେଟ୍ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ଗୋଟିଏ ଲେଖାଏଁ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇସାରିଛନ୍ତି । ଫଳରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.