ପୁଲୱାମା ଆତଙ୍କୀ ହମଲା: ଭାରତ ପାଇଁ ଫେବୃଆରୀ ୧୪ ଥିଲା କଳା ଦିବସ କହିଲେ ସାନିଆ
18/02/2019 at 11:24 AM

ମୁମ୍ୱାଇ୧୮|୨: ଗୁରୁବାର ଦିନ ଜମ୍ମୁରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ବଲିଉଡ ତାରକାଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି । ସିନେମା ଜଗତରେ ଏହି ଘଟଣାକୁ ବହୁତ ନିନ୍ଦା କରାଯାଉଛି ।

ଏହି ଘଟଣାକୁ ନେଇ ଦେଶର ଟେନିସ ଷ୍ଟାର ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍ଙ୍କ ସ୍ତ୍ରୀ ସାନିୟା ମିର୍ଜା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣ ଦେଶ ପାଇଁ ଏକ କଳା ଦିନ। ଅଧିକାଂଶ ଲୋକେ କୁହନ୍ତି ଯେ ସବୁ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ବୟାନ ରଖି ଦେଶଭକ୍ତି ପ୍ରମାଣ କରନ୍ତି। ତେଣୁ ଏହି ଚିନ୍ତାଧାରା ରଖୁଥିବା ଲୋକଙ୍କ ପାଇଁ ସାନିୟା କହିଛନ୍ତି ଯେ ସେ ଏହି ହମଲା ବିଷୟରେ ସର୍ବସାଧାରଣରେ ଅଥବା ଛାତ ଉପରେ ଚଢି କହିବା ଜରୁରୀ ନୁହଁ। ସମସ୍ତେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଛନ୍ତି। ପୁରା ନିଷ୍ଠା ସହ ସେ ଦେଶ ପାଇଁ ଖେଳନ୍ତି। ଫେବୃଆରୀ ୧୪ ତାରିଖ ଦେଶ ପାଇଁ କଳା ଦିନ ଥିଲା। ଏହି ଦିନ ପୁଣି କେବେ ଦେଖିବାକୁ ନମିଳୁ ବୋଲି ସମସ୍ତେ ଆଶା କରୁଛନ୍ତି। କିନ୍ତୁ ଏହି ଦିନ କେହି ଭୁଲିବା ଉଚିତ୍ ନୁହେଁ।

ଗତ ୧୪ ତାରିଖରେ ଜମ୍ମୁ କଶ୍ମୀର ପୁଲୱାମାରେ ସିଆରପିଏଫ ଯବାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆତଙ୍କୀ ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଘଠନ ନିଜକୁ ଦାୟି କରିଛି । ଏହି ଘଟଣାର ମୁଖ୍ୟ ହେଉଛନ୍ତି ମୌଲାନା ମସୁଦ ଅଜହର। ପ୍ରତ୍ୟେକ ଭାରତୀୟ ଚାହୁଁଛନ୍ତି ଯେ ଅଜହରଙ୍କୁ କଡା ଦଣ୍ଡ ଦିଆଯିବା ଉଚିତ୍। ଦୁଃଖର ବିଷୟ ଏହା ଯେ ଏହି ହମଲା ରେ ୪୪ ଯବାନ ସହିଦ ହୋଇଛନ୍ତି।