ସାନିଟାଇଜର ଏବେ ପାଣି, ପବନ ଏବଂ ଖାଦ୍ୟ ଭଳି ହୋଇଯାଇଛି ଜରୁରୀ: ଜାଣନ୍ତି ଏହାର ଇତିହାସ ଓ ସେହି ମହାନ ମହିଳାଙ୍କ କାହାଣୀ...

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ୨୪/୩: ଚୀନ୍‌ର ବୁହାନ ସହରରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରାସ୍‌ ଆଜି ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। କରୋନା ଆକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା​‌ ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବଂ ଲକ୍ଷ ଲକ୍ଷ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। କରୋନା ଭଳି ଭୟଙ୍କର ଭାଇରସ୍‌ରୁ ରକ୍ଷା ପାଇବାକୁ ହେଲେ ସାବୁନ ଏବଂ ସାନିଟାଇଜରରେ ବାରମ୍ବାର ହାତ ଧୁଅନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଉଛନ୍ତି। ଏବଂ ସରକାର ମଧ୍ୟ ଦେଶବାସୀଙ୍କୁ ସେହି ସମାନ ପରାମର୍ଶ ଦେଉଛନ୍ତି। ଏଥିସହ ହ୍ୟାଣ୍ଡ ସାନିଟାଇଜର କରୋନା ଭଳି ବିଷାକ୍ତ ଭାଇରସ୍‌ ସହ ଲଢ଼ିବା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦୀର୍ଘ ୫୪ ବର୍ଷ ଧରି ଲୋକମାନେ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରି ଆସୁଛନ୍ତି।

ତେବେ ୧୯୬୬ ମସିହାରେ ଆମେରିକାର କାଲିଫର୍ଣ୍ଣିଆର ବେକର୍ସଫିଲ୍ଡ ସହରରେ ରହୁଥିବା ଜଣେ ମହିଳା ଲ୍ୟୁପ ହର୍ନାଣ୍ଡିଜ ପ୍ରଥମେ ସାନିଟାଇଜର ପ୍ରସ୍ତୁତ କରିଥିଲେ। ଲ୍ୟୁପ ଜଣେ ନର୍ସିଙ୍ଗ ଛାତ୍ରୀ ଥିଲେ। ଗୋଟେ ଦିନେ ସେ ଚିନ୍ତାକଲେ ରୋଗୀଙ୍କ ସେବା କରି ସାରିବା ପରେ ହାତ ସଫା କରିବା ପାଇଁ ପାଣିଠାରୁ ଅଧିକ ଭଲ ଆଉ କଣ ହୋଇ ପାରିବ। ସାବୁନ ଏବଂ ପାଣି ବିନା ଯେମିତି ହାତରେ ଥିବା କୀଟାଣୁ ନଷ୍ଟ ହୋଇଯିବେ, ସେଥିପ୍ରତି ଲ୍ୟୁପ ଗବେଷଣା ଚଳାଇଥିଲେ। ଲ୍ୟୁପଙ୍କ ହାତ ତିଆରି ସାଇନିଟାଇଜରକୁ ଧୀରେ ଧୀରେ ସମସ୍ତେ ବ୍ୟବହାର କରିବାକୁ ଲାଗିଲେ। ବିଶେଷକରି ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତରେ ସାନିଟାଇଜର ଲୋକମାନଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.