କରୋନା କାଳରେ ଫୋନ୍‌ ସାନିଟାଇଜ୍‌ରରେ ସଫା କରୁଥିଲେ ସାବଧାନ, ହୋଇପାରେ ଏଭଳି କ୍ଷତି

Published By : Prameya-News7 Bureau | October 31, 2020 IST

ନୂଆଦିଲ୍ଳୀ ୩୧/୧୦: କରୋନା କାଳରେ ନିଜକୁ ତଥା ନିଜର ସମସ୍ତ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ଲୋକେ ବେଶ ତତ୍ପର। କୌଣସି ସ୍ଥନକୁ କାମରେ ଯାଇ ଫେରିବା ପରେ ଲୋକେ ନିଜ ହାତକୁ ସାବୁନ ବା ସାନିଟାଇଜରରେ ସଫା କରୁଛନ୍ତି। ଲୋକେ ନିଜ ଫୋନକୁ ବି ସାନିଟାଇଜରରେ ସଫା କରୁଛନ୍ତି। କିନ୍ତୁ ଏନେଇ ଏବେ ସାବଧାନ ହେବାର ବେଳ ଆସିଛି। ସାନିଟାଇଜରରେ ସଫା କରିବା ଦ୍ବାରା ଫୋନ୍‌ରେ ସଟସର୍କିଟ୍‌ ଯୋଗୁଁ କୌଣସି ଦୁର୍ଘଟଣା ବି ଘଟିପାରେ।

ତେବେ ବର୍ତ୍ତମାନ ସମୟରେ ରିପାୟରିଂ ସେଣ୍ଟରରେ ଏବେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । କାରଣ ସାନିଟାଇଜର ବ୍ୟବହାର କାରଣରୁ ଲୋକଙ୍କ ଫୋନ୍‌ର ସ୍ପିକର, ହେଡଫୋନ୍‌ ଜ୍ୟାକ୍‌, କ୍ୟାମେରା ଆଦି ଖରାପ ହୋଇଯାଉଛି। ବିଶେ​‌ଷ କରି ସାନିଟାଇଜରରେ ଫୋନ୍‌ ସଫା କରିବା ଦ୍ବାରା ଏହା ଫୋନ୍‌ ଭିତରେ ପ୍ରବେଶ କରୁଥିବାରୁ ଭିତରେ ସଟସର୍କିଟ ହେବାର ଭୟ ମଧ୍ୟ ବୃଦ୍ଧିପାଉଛି।

କରୋନା କାଳରେ ଫୋନ୍‌ ସଫା କରିବା ଯଦିଓ ଭଲ କିନ୍ତୁ ସାଧାରଣ ଅସବାଧାନତା ଗୋଟିଏ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ। ତେଣୁ ଫୋନକୁ ସିଧାସଳଖ ସାନିଟାଇଜର ପ୍ରୟୋଗ କରି ସଫା କରିବା ପରିବର୍ତେ ଏଥିପାଇଁ ତୁଳାର ବ୍ୟବହାର କରନ୍ତୁ।

ଅନ୍ୟ କିଛି ସାବଧାନତା ପାଇଁ ଫୋନ୍‌ କଷ୍ଟୋମର କେୟାର ନମ୍ବରରେ କଲ୍‌ କରି ବୁଝିନିଅନ୍ତୁ। ନହେଲେ ବ୍ୟାକ୍ଟେରିଆଲ୍‌ ଟିସ୍ୟୁ ପେପର ବି ବ୍ୟବହାର କରିପାରିବେ। ତେବେ ସାନିଟାଜର ବ୍ୟବହାର କଲେ କେବଳ ଫୋନ୍‌ର ହେଡଫୋନ୍‌ ଜ୍ୟାକ୍, କ୍ୟାମେରା କରାପ ହୁଏ ତାହା ନୁହେଁ ଆପଣଙ୍କ ଫୋନ୍‌ର ରଙ୍ଗ ବି ବଦଳିଯାଇପା​‌ରେ। ତେଣୁ ସାନିଟାଇଜର ବ୍ୟବହାର କରିବା ବେଳେ ସାବଧାନତା  ଅବଲମ୍ବନ କରିବା ନିହାତି ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.