Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

‘ଆଲ୍ଲା ଆମ କଥା ବୁଝିବେ’… ଏମିତି କହି ମସଜିଦରେ ସାନିଟାଇଜର ବିରୋଧରେ ଫତଓ୍ୱା ଜାରି କଲେ ମୌଲାନା

11/06/2020 at 8:06 PM

ଲକ୍ଷ୍ନୌ, ୧୧|୦୬: ଉତ୍ତର ପ୍ରଦେଶର ବରେଲୀ ଦରଗାହ ଆଲା ହଜରତର ମୌଲାନା ମସଜିଦରେ ସାନିଟାଇଜର୍ ବ୍ୟବହାର ବିରୋଧରେ ଫତଓ୍ୱା ଜାରି କରିଛନ୍ତି । ସାନିଟାଇଜରରେ ଆଲକହଲ ରହିଛି ତେଣୁ ଏହାର ବ୍ୟବହାର ଇସଲାମ ବିରୋଧି ବୋଲି ସେ କହିଛନ୍ତି ।

ଦରଗାହ ଆଲା ହଜରତର ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ, ଆଲ୍ଲା ଆମ କଥା ବୁଝିବେ । ଆଲକହଲରେ ନିର୍ମିତ ସାନିଟାଇଜର ମୁସଲମାନଙ୍କ ପାଇଁ ଠିକ ନୁହେଁ। ଏହା ମସଜିଦକୁ ଅପବିତ୍ର କରିବ ।ଏପରି ହେଲେ ଆଉ ନମାଜ ପାଠ କରାଯାଇ ପାରିବ ନାହିଁ। ଏହା ବଦଳରେ ସାବୁନ ବ୍ୟବହାର କରିହେବ ।

ଏହି ଫତଓ୍ୱାକୁ ନେଇ ଅଲ ଇଣ୍ଡିଆ ତଞ୍ଜୀମ ଉଲମା-ଏ-ଇସଲାମର ସାଧାରଣ ସମ୍ପାଦକ କହିଛନ୍ତି ଯେ, ମସଜିଦକୁ ସଫାସୁତୁରା ରଖିବା ଜରୁରୀ । ହୁକୁମତ ସଫାସୁତୁରାକୁ ନେଇ ଗାଇଡଲାଇନ୍ ଜାରି କରିଛି । ଏଥିରେ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି । ଏହାସହ ମସଜିଦରେ ନମାଜ ପାଇଁ ଆସନ ନିଜେ ଧରି ଆସିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଲୋକଙ୍କ ଜୀବନ ବଞ୍ଚାଇବାକୁ ତଥା କରୋନା ମୁକାବିଲା ପାଇଁ ସରକାର ଓ ବୈଜ୍ଞାନିକମାନେ କରୋନା ଭାଇରସକୁ ମାରିବା ପାଇଁ ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । କିନ୍ତୁ ମୌଲାନା ଏହାକୁ ଧର୍ମବିରୋଧି ବୋଲି କହୁଛନ୍ତି ।

   Related Posts