କରୋନା ପାଇଁ ପୁରୀ ବଡଦାଣ୍ଡ ହେଲା ସାନିଟାଇଜ

Published By : Prameya-News7 Bureau | April 11, 2020 IST

ପୁରୀ ୧୧।୦୪: ସାରାରାଜ୍ୟରେ କରୋନା ସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନମାନଙ୍କରେ ସାନିଟାଇଜ କାର୍ଯ୍ୟ କରାଯାଉଛି । ସେହିପରି ଆଜି କରୋନା ପାଇଁ ପୁରୀ ବଡଦାଣ୍ଡକୁ ସାନିଟାଇଜ ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି । ବିଶୋଧନ କାର୍ଯ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ ।

{"id":252263,"sizeSlug":"large"}

ଶନିବାର ଦିନ ପୁରୀ ବଡଦାଣ୍ଡ, ସଦର ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳଙ୍କ ଅଫିସ, ଏସ୍‌ପି ଅଫିସ୍‌ ସହିତ ବିଭିନ୍ନ ସାହି ଓ ଗଲିକନ୍ଦିକୁ ସାନିଟାଇଜ କରାଯାଇଛି । ଏହା ସହିତ ନିକଟରେ ଥିବା କିଛି ଗାଁମାନଙ୍କରେ ମଧ୍ୟ ସାନିଟାଇଜ କରାଯାଇଛି । ଅଗ୍ନିଶମ ବାହିନୀର ୧୦ରୁ ଅଗ୍ନିଶମ କର୍ମଚାରୀ ଏହି ସାନିଟାଇଜ୍‌ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

{"id":252260,"sizeSlug":"large"}

ଅଗ୍ନିଶମ ବିଭାଗର ଗାଡିରେ ସାନିଟାଇଜର ମିଶ୍ରଣ କରାଯାଇ ବଡ ଦାଣ୍ଡ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାନିଟାଇଜ୍‌ କରାଯାଇଥିଲା । କରୋନା ସ୍ଥିତିକୁ ଦେଖି ଏବେ ଶ୍ରୀମନ୍ଦିରେ ସାଧାରଣ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ କରାଯାଇଛି । ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.