ବିଭିନ୍ନ ଦାବି ନେଇ ପୌରପାଳିକା କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସଫେଇ କର୍ମଚାରୀ

Published By : Prameya-News7 Bureau | November 09, 2020 IST

ଭଦ୍ରକ ୯।୧୧: ପୌରପାଳିକା କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ । ପ୍ରାୟ ୨ଶହରୁ ଅଧିକ ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମସ୍ତ ଆନ୍ଦୋଳନରତ କର୍ମଚାରୀ ହେଉଛନ୍ତି ଭଦ୍ରକ ପୌରପାଳିକା ସୁଇପର ମହାସଂଘର କର୍ମକର୍ତ୍ତା ।

{"id":358797,"sizeSlug":"large"}

ସେମାନଙ୍କ ଦାବି ଅନୁଯାୟୀ କର୍ମଚାରୀମାନେ ଦୀର୍ଘ ୫ ବର୍ଷ କାଳ ଏକ ଘରୋଇ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ । ଇପିଏଫ ଓ ଇଏସଆଇ ବାବଦକୁ ଟଙ୍କା ଦରମାରୁ କଟିଥିଲେ ମଧ୍ୟ କୌଣସି କାଗଜପତ୍ର ଓ ଟଙ୍କା ପାଇନାହାନ୍ତି । ଏବେ ମଧ୍ୟ ଅନ୍ୟ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଛନ୍ତି । ଏହା ସହ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଦାବି ରଖିଛନ୍ତି । ପୁରାତନ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମଧ୍ୟ ଦାବି କରିଛନ୍ତି ଭଦ୍ରକ ପୌରପାଳିକା ସୁଇପର ମହାସଂଘ । ଏହି ଦାବିକୁ ନେଇ ଆଗାମୀ ୩ ଦିନରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ କରିବା ସହ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.