ଶନିଦେବ ହେଲେ ମାର୍ଗି: ଏହି ରାଶିର ଲୋକଙ୍କ ଦୁଃଖ ହେବ ଦୂର, ହେବ ଧନଲାଭ

Published By : Prameya-News7 Bureau | September 19, 2019 IST

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବହୁତ ଦିନ ପରେ ଶନି ମାର୍ଗି ହେଉଛନ୍ତି। ଫଳରେ କିଛି ରାଶିଙ୍କର ଦୁଃଖ ଦୂର ହେବା ସହ ଜୀବନର ଅନେକ ସମସ୍ୟା ସମାଧାନ ହେବ। ଏହା ବ୍ୟତୀତ ସେହି ରାଶିର ଲୋକଙ୍କୁ ଧନଲାଭ ହେବ। ତେବେ କେଉଁ ରାଶିର ଲୋକଙ୍କ ଜୀବନରେ ଶନି ମାର୍ଗି ହୋଇଥିବାରୁ ସୁଖ ଆଗମନ ହେବ ଜାଣନ୍ତୁ।

ବୃଷ ଓ କନ୍ୟା ରାଶି- ଶନି ମାର୍ଗି ହୋଇଥିବାରୁ ବୃଷ ଓ କନ୍ୟା ରାଶିର ଲୋକଙ୍କ ଦୁଃଖ ଦୂର ହେବ। ଅତ୍ୟନ୍ତ ଧନଲାଭ ହେବାର ସମ୍ଭାବନା ରହିଛି। ଜୀବନରେ ଅନେକ ସଫଳତା ହାସଲ କରିବେ ଏହି ରାଶିର ଲୋକେ। ଘରର ସମସ୍ୟା ଦୂର ହେବ ଓ ବୈବାହିକ ସମ୍ପର୍କରେ ମଧୁରତା ବୃଦ୍ଧି ହେବ। ବ୍ୟବସାୟରେ ଲାଭ ହେବ। ଦୈନଦିନ ଜୀବନରେ ଶନିଦେବଙ୍କ କୃପା ରହିବ।

ମକର ଓ ମୀନ ରାଶି- ମକର ଓ ମୀନ ରାଶିର ଲୋକଙ୍କ ଦୁଃଖ, କଷ୍ଟ ଶନିଙ୍କ ମାର୍ଗି ହୋଇଥିବାରୁ ଦୂର ହେବ। ଉଭୟ ରାଶିର ଲୋକେ ଧନଲାଭ କରିବେ। ଘରେ ସୁଖ ଶାନ୍ତି ବଢିବା ସହ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ପର୍କରେ ପାର୍ଟନରଙ୍କ ସହଯୋଗ ମିଳିବ। ଏହି ରାଶିର ଲୋକଙ୍କ ମାନ ସମ୍ମାନ ବୃଦ୍ଧି ହେବ।

କର୍କଟ ଓ କୁମ୍ଭ ରାଶି- ଶନି ମାର୍ଗି ହୋଇଥିବାରୁ କର୍କଟ ଓ କୁମ୍ଭ ରାଶି ଲୋକଙ୍କ ପାଇଁ ଶୁଭ ସୂଚନା ରହିଛି। ଅନେକ ସ୍ତରରେ ଧନ ଲାଭ ହେବା ସହ ଜୀବନରେ ଦୁଃଖ ଦୂର ହେବ। ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଏହି ସମୟରୁ କୌଣସି ଭଲ ସମୟ ନାହିଁ। କୌଣସି ଶୁଭ କାମ ଆରମ୍ଭ କଲେ ଅନେକ ଲାଭ ପ୍ରାପ୍ତ ହେବ। ପ୍ରତିଦିନ ଶନିଙ୍କ ଦର୍ଶନ କଲେ ଜୀବନ ସୁଖମୟ ଓ ଆନନ୍ଦମୟ ହେବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.