ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦୀନଙ୍କ ଘରର ବୋହୂ ହେବେ ସାନିଆ ମିର୍ଜାଙ୍କ ଭଉଣୀ, ଡିସେମ୍ବରରେ ହେବ ବାହାଘର!

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ୭|୧୦: ଭାରତର ଟେନିସ୍‌ ଷ୍ଟାର ସାନିଆ ମିର୍ଜା ନିଜ ଉଭଣୀ ଅନମ ମିର୍ଜାଙ୍କ ବିବାହ ସଂପର୍କରେ ଘୋଷଣା କରିଛନ୍ତି। ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦୀନଙ୍କ ଘରର ବୋହୂ ତାଙ୍କ ସାନ ଭଉଣୀ ଅନମ ମିର୍ଜା ହେବେ ବୋଲି ସାନିଆ କହିଛନ୍ତି। କିଛିଦିନ ମଧ୍ୟରେ ଆଜାରୁଦ୍ଦୀନଙ୍କ ପୁଅ ଅସଦ୍‌ଙ୍କ ସହ ଅନମ୍ ମିର୍ଜାଙ୍କ ବିବାହ ହେବ କଥା ମଧ୍ୟ ସାନିଆ କହିଛନ୍ତି।

ଏହା ପୂର୍ବରୁ ଆଜାରୁଦ୍ଦୀନଙ୍କ ପୁଅ ଅସଦ୍‌ ଓ ସାନିଆଙ୍କ  ଭଉଣୀ ଅନମ ମିର୍ଜାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ଉଭୟ ସଂପର୍କକୁ ନେଇ କେହି ପ୍ରତିକ୍ରିୟା ଦେଇ ନଥିଲେ।  ଅନମ୍ ଓ ଅସଦ୍ ଉଭୟଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କ ବିବାହର ରୂପ ନେବାକୁ ଯାଉଥିବା ସାନିଆ ମିର୍ଜା ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ମାସରେ ଆଜାରୁଦ୍ଦୀନଙ୍କ ପୁଅ ଅସଦ ସହ ଅନମ୍‌ଙ୍କ ବିବାହ ହେବା କଥା ସାନିଆ ମଧ୍ୟ ସ୍ପଷ୍ଟ କରିଛନ୍ତି। ନିକଟରେ ପ୍ୟାରିସ୍‌ରେ ଅନମ୍‌ ବ୍ୟାଚଲର ପାର୍ଟିକରି ଘରକୁ ଏବେ ଫେରିଥିବା କଥା ମଧ୍ୟ ସାନିଆ କହିଛନ୍ତି। ଅନମ୍‌ ପେଶାରେ ଜଣେ ଫେସନ ଷ୍ଟାଇଲିଷ୍ଟ। ତାଙ୍କ ବିବାହ କଥା ସ୍ପଷ୍ଟ ହେବା ପରେ ଏବେ ସୋସିଆଲ ମିଡିଆରେ ଅସଦଙ୍କ ସହ ତାଙ୍କ ଫଟୋ ଅନମ ପୋଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.