ପାକିସ୍ତାନରେ ରହି ସାନିୟା ମିର୍ଜା ଦେଇଥିବା ମନ୍ତବ୍ୟ ଭାରତବାସୀଙ୍କୁ କରିଲା ଆଚମ୍ୱିତ

Published By : Prameya-News7 Bureau | March 01, 2019 IST

ଜମ୍ମୁରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ସାରା ଦେଶ ନିନ୍ଦା କରୁଛି । ଏହି ଘଟଣାକୁ ନେଇ ଦେଶର ଟେନିସ ଷ୍ଟାର ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍‌ଙ୍କ ସ୍ତ୍ରୀ ସାନିୟା ମିର୍ଜା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିଷୟରେ ଟୁଇଟ୍‌ କରି ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଲେଖିଥିଲେ ଯେ,ଏହି ହମଲା ବିଷୟରେ ସର୍ବସାଧାରଣରେ ଅଥବା ଛାତ ଉପରେ ଚଢି ଚିତ୍କାର କରିବା ଜରୁରୀ ନୁହଁ , ବରଂ ଆତଙ୍କବାଦୀଙ୍କ ବିରୋଧରେ ସମଗ୍ର ଦେଶବାସୀ ଅଛନ୍ତି ।

{"id":89621,"width":595,"height":396}

ସେ ଭାରତୀୟ ହୋଇଥିବା କାରଣରୁ ତାଙ୍କ ଧର୍ମ ଓ ଆଭିମୁଖ୍ୟକୁ ନେଇ କେହି ସନ୍ଦେହ ନକରନ୍ତୁ ଓ ପ୍ରଶ୍ନ ନଉଠାନ୍ତୁ ଏଥିପାଇଁ ସେ ଏହି ପୋଷ୍ଟ ଲେଖିଲେ। ଆଜିକାଲିର ଲୋକଙ୍କ ଚିନ୍ତାଧାରା ଖୁବ୍‌ ଅଲଗା।  କୌଣସି ଘଟଣାକୁ ନେଇ ଯଦି କେହି କିଛି ପୋଷ୍ଟ କରୁନାହାନ୍ତି ତାହଲେ ସମସ୍ୟା ହୋଇଯାଉଛି। ସେ ଆହୁରି  କେବଳ ପୋଷ୍ଟ କରି ଦେଶଭକ୍ତ ପ୍ରକାଶ କରାଯାଏନାହିଁ।  ତେଣୁ ଏହି ଚିନ୍ତାଧାରା ରଖୁଥିବା ଲୋକଙ୍କ ପାଇଁ ସାନିୟା ଏହି ପୋଷ୍ଟ କରିଛନ୍ତି। ଏହି ଭଳି କଳା ଦିନ ଦେଶ କେବେ ନଦେଖୁ ବୋଲି ଆଶା ରଖିଛନ୍ତି ସାନିୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.