WTAସର୍କିଟ୍ରେ ସାନିଆ ମିର୍ଜାଙ୍କ ସଫଳ ପ୍ରତ୍ୟାବର୍ତ୍ତନ, ମା ହେବା ପରେ ଜିତିଲେ ପ୍ରଥମ ଟାଇଟଲ
18/01/2020 at 3:45 PM

ହୋବାର୍ଟ : ଟେନିସ୍ କୋର୍ଟରେ ସାନିଆ ମିର୍ଜାଙ୍କ ଦମଦାର ପ୍ରତ୍ୟାବର୍ତ୍ତନ ହୋଇଛି। ଡବ୍ଲୁଟିଏ ସର୍କିଟ୍ରେ ଶନିବାର ହୋବାର୍ଟ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଡବଲସ୍ ଟାଇଟଲ ବିଜୟୀନୀ ହୋଇଛନ୍ତି ସାନିଆ । ପ୍ରାୟ ୨ ବର୍ଷ ପରେ କୋର୍ଟକୁ ଫେରିଥିବା ବିଶ୍ୱର ଏକନମ୍ବର ଜୋଡି ସାନିଆ ମିର୍ଜା ଓ ନାଦିଆ କିଚେନକ ଚୀନ ଜୋଡି ପେଙ୍ଗ ଶୁହାଇ ଓ ଝାଙ୍ଗ ଶୁହାଇଙ୍କୁ ୬-୪, ୬-୪ ସେଟ୍ରେ ମ୍ୟାଚ୍ ହରାଇ ଟାଇଟଲ ନିଜ ନାମରେ ନାମିତ କରିଛନ୍ତି।

ନାଦିଆ କିଚୋନକ୍ ୟୁକ୍ରେନୀୟ ମହିଳା ଟେନିସ୍ ଖେଳାଳି। ତାଙ୍କ ସହ ଖେଳି ସାନିଆ ତାଙ୍କ କ୍ୟାରିୟରର ୪୨ତମ ଡବଲସ୍ ଟାଇଟଲ ହାସଲ କରିଛନ୍ତି। ସେହିପରି ଏହା ନାଦିଆଙ୍କ ୫ମ ଟାଇଟଲ ବୋଲି ଜଣାପଡିଛି। ଲଗାତାର ତୃତୀୟବାର ଡବଲ୍ସ ଗ୍ରାଣ୍ଡସ୍ଲାମ ବିଜାତା ସାନିଆ ପ୍ରଥମେ ଆଘାତ ଜନିତ କାରଣରୁ ଓ ପରେ ମା ହେବା ଯୋଗୁ ଦୀର୍ଘ ୨ ବର୍ଷ କାଳ କୋର୍ଟରୁ ଦୂରରେ ରହିଥିଲେ।

ପୂର୍ବ ୱାର୍ଲଡ ନମ୍ବର-୧ ସାନିଆ ୨୦୧୫ ମସିହାରେ ଆମେରିକା ଓପନରେ ମାର୍ଟିନା ହିଙ୍ଗିସ୍ଙ୍କ ସହ ମିସି ଡବଲସ ଟାଇଟଲ ବିଜେତା ହୋଇଥିଲେ। ଏହା ପରବର୍ଷ ମଧ୍ୟ ହିଙ୍ଗିସଙ୍କ ସହ ମିସି ସାନିଆ ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ତେବେ ୨ ବର୍ଷ ପରେ ପୁଣି କୋର୍ଟକୁ ସାଇନାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ତାଙ୍କ ଫ୍ୟାନସଙ୍କୁ ବେଶ ଉତ୍ସାହିତ କରିଛି।