ଭାରତଠୁ ପାକ୍ ର ପରାଜୟ ପରେ ଚାଲିଛି ଟ୍ୱିଟ୍ ୱାର, ବିନା ମଲ୍ଲିକଙ୍କୁ ଏମିତି ଜବାବ ଦେଲେ ସାନିଆ ମିର୍ଜା

Published By : Prameya-News7 Bureau | July 01, 2019 IST

ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆଠାରୁ ପାକ୍ ର ପରାଜକୁ ସହଜରେ ହଜମ କରିପାରିନାହାନ୍ତି ପାକ୍ କ୍ରିକେଟ୍ ପ୍ରେମୀ। ଭାରତ-ପାକ୍ ମ୍ୟାଚ୍ ପରଠାରୁ ସୋସାଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପାକ୍ ଫିଲ୍ମ ଅଭିନେତ୍ରୀ ବିନା ମଲ୍ଲିକ ଟ୍ୱିଟରରେ ଟାର୍ଗେଟ୍ କରିଛନ୍ତି ଭାରତୀୟ ମହିଳା ଟେନିସ୍ ଖେଳାଳି ତଥା ପାକ୍ କ୍ରିକେଟର ଶୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜାଙ୍କୁ। ଯାହାକୁ ନେଇ ଏବେ ଦୁଇ ଜଣଙ୍କ ମଧ୍ୟରେ ଚାଲିଛି ଟ୍ୱିଟ୍ ଯୁଦ୍ଧ, ଯାହାର ବେଶ ମଜା ଉଠାଉଛନ୍ତି ଉଭୟଙ୍କ ସୋସାଲ ମିଡିଆର ହଜାର ହଜାର ଫଲୋଅର୍ସ।

{"id":129561}
wp:html /wp:html {"id":129562}

ବିନା  ପାକ୍ ଟିମ୍ କୁ ନେଇ ସାନିଆଙ୍କୁ ତାଙ୍କ ପିଲାଙ୍କ ବାହାନାରେ ପ୍ରଥମେ ଟାର୍ଗେଟ୍ କରିଥିଲେ। ଯେଉଁଥିରେ ସେ କାହିଁକି ତାଙ୍କ ପିଲାଙ୍କୁ ଶିଶା ପାଲେସ ନେଇ ଯାଉଛନ୍ତି ବୋଲି ଟ୍ୱିଟ୍ ହ୍ୟାଣ୍ଡଲରେ ଉଲ୍ଳେଖ କରିଥିଲେ। ତୁମେ ବି’ତ ଜଣେ ଆଥଲେଟ୍ ସେଠାକାର ଜଙ୍କ ଫୁଡ ଖୁବ୍ ବଦନାମ ଏହା ଜାଣି ମଧ୍ୟ ପିଲାଙ୍କୁ ନେଇ ସେଠାକୁ କିପରି ଯାଉଛ ବୋଲ ସାନିଆଙ୍କୁ ଟିପ୍ପଣୀ କରିଥିଲେ। ସାନିଆ ଏହାର ଜବାବରେ ମୁଁ ମୋ ପିଲାମାନଙ୍କୁ ନେଇ କେବେ ଶିଶା ପାଲେସ ଯାଇନି ବୋଲି ଉଲ୍ଳେଖ କରିଥିଲେ। ସେହିପରି ମୋ ପିଲାଙ୍କୁ ନେଇ କାହାର କିଛି ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ ବୋଲି ରି ଟ୍ୱିଟ୍ ମଧ୍ୟ କରିଥିଲେ ସାନିଆ।

wp:html /wp:html

ତେବେ ବିନା ପୁଣି  ସାନିଆଙ୍କୁ ଟ୍ୱିଟ୍ କରିଥିବା ବେଳେ ଏଥର କିନ୍ତୁ ତାଙ୍କ ଥଟ୍ଟା ପରିହାସର ଅସଲ ଉଦ୍ଦେଶ୍ୟ ପାକ୍ ଟିମ ବୋଲି ବୁଝିଯାଇଥିଲେ ସାନିଆ । ଏଣୁ ଉଲ୍ଲେଖ କରିଥିଲେ ପାକ୍ ଟିମ୍ ର ମୁଁ ଡାଏଟିସିଆନ ନୁହେଁ କି ସେମାନଙ୍କର ମା ଅଥବା ଟିଚର କି ପ୍ରିନ୍ସିପାଲ ନୁହେଁ ଏଣୁ ଦୟାକରି ଶାନ୍ତି ରଖ ଓ କିଛି ଦିନ ବିଶ୍ରାମ ନିଅ ବୋଲି ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି।

wp:html /wp:html

ତେବେ ବାସ୍ତବ କଥା ହେଉଛି ପାକ୍ କ୍ରିକେଟରଙ୍କ ଏକ ଭିଡଓ ଯାହା ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପାକ୍ କ୍ରିକେଟରମାନେ ରବିବାର ଇଣ୍ଡିଆ ବିପକ୍ଷରେ ମ୍ୟାଚ୍ ଖେଳିବା ପୂର୍ବ ରାତିରେ ହୋଟେଲରୁ ବେଶ ବିଳମ୍ବିତ ରାତ୍ରିରେ ବାହାରୁଥିବା ଦେଖାଯାଇଛି। ତେବେ ବିନା ମଲ୍ଲିକ ଯେଉଁ ଶିଶା ପାଲେଶ କଥା ଉଲ୍ଲେଖ କରିଛନ୍ତି ତାହା ଏକ ହୁକା ବାର ଯେଉଁଠି ଜଙ୍କଫୁଡ ମିଳିଥାଏ। ଟ୍ୱିଟରରେ ବିନା ପାକ୍ ପ୍ଲେୟାରଙ୍କୁ ପରୋକ୍ଷରେ ସାନିଆଙ୍କ ପିଲା ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.