ପାକିସ୍ତାନ ପରାଜୟ: ସରୁନି ସାନିଆ ମିର୍ଜା ଓ ହଟ ଅଭିନେତ୍ରୀ ବୀଣା ମଲଲ୍ଲିକଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍

Published By : Prameya-News7 Bureau | June 18, 2019 IST

ନୂଆଦିଲ୍ଲୀ୧୮|୬: ରବିବାର ଭାରତ ପାକିସ୍ତାନ ମ୍ୟାଚରେ ବିରାଟ ବାହିନୀ ଦମଦାର ବିଜୟ ହାସଲ ତ କରିଲା ତା ସହିତ ଆରମ୍ଭ ହୋଇଯାଇଛି ନାନା ମିମ, ନାନା ଥଟ୍ଟା ପରିହାସ ଶୋଧାଶୋଧି, ଝଗଡ଼ା। ଏମିତିକି ଟେନିସ୍‌ ସେନ୍‌ସେସନ ସାନିଆ ମିର୍ଜା ଏବଂ ପାକିସ୍ତାନ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ମଧ୍ୟରେ କ୍ୟାଟ୍‌ ଫାଇଟ୍‌ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଟ୍ବିଟରରେ କ୍ୟାଟ୍‌ ଫାଇଟ୍‌। ଗୋଟିଏ ପଟେ ଟେନିସ୍‌ ସେନ୍‌ସେସନ ତଥା ପାକିସ୍ତାନୀ ବୋହୁ ସାନିଆ ମିର୍ଜା,  ଅନ୍ୟପଟେ ପାକିସ୍ତାନର ହଟ୍‌ ଅଭିନେତ୍ରୀ ବୀଣା ମଲ୍ଲିକ। ଉଭୟ ଟ୍ବିଟରରେ ଏମିତି ଖୁଲ୍ଲମଖୁଲ୍ଲା ଫାଇଟ୍‌କୁ ଓହ୍ଲାଇଛନ୍ତି ଯେ ଖାଲି ଯାହା ହାତାହାତିକୁ ଆସିନାହାନ୍ତି।  ସାନିଆ ମିର୍ଜାଙ୍କୁ ତ ଆପଣ ଜାଣିଛନ୍ତି, ଟେନିସ ଓ ଗ୍ଲାମର ଦୁନିଆର ଖୁବ୍‌ ଚର୍ଚ୍ଚିତ ଚେହେରା। ଆଉ ପାକିସ୍ତାନର ବୀଣା ମଲ୍ଲିକ ବି ତାଙ୍କର ହଟ୍‌ ଆନ୍ଦାଜ ପାଇଁ ବଲିଉଡ଼ରେ ଖୁବ୍‌ ପରିଚିତ। ଦୁଇ ସେନସେସନ ଟ୍ବିଟରରେ କ୍ୟାଟ ଫାଇଟରେ ମାତିଛନ୍ତି। 

{"id":124519}

କଥାଟା ଭିତରକୁ ଯିବା ପୂର୍ବରୁ କହିବାକୁ ଚାହିଁବୁ ଏଥିରେ ବି କାରଣ ଅଛି ବିଶ୍ବକପରେ ପାକିସ୍ତାନର ହାରିବା । ପାକ୍‌ ଟିମ୍‌ ହାରିବା ପରେ ଭାଇରାଲ ହୋଇଥିଲା ଭିଡିଓ । ଯେଉଁଥିରେ ଦେଖାଦେଇଥିଲା ସାନିଆ, ତାଙ୍କ ପତି ସୋଏବ ମଲ୍ଲିକ ଏବଂ ପାକିସ୍ତାନର ଅନ୍ୟ ଖେଳାଳି ରେଷ୍ଟୁରାଣ୍ଟରେ ଖାଉଛନ୍ତି। ଖୁବ ଧୂଆଁ ଉଡୁଛି। ପରଦିନ ପାକିସ୍ତାନ ଟିମ୍‌ ହାରିବାକୁ ନେଇ ବୀଣା ସିଧା ସାନିଆଙ୍କୁ ଟ୍ବିଟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ-  

ସାନିଆ ମୁଁ ତୁମ ସନ୍ତାନଙ୍କ ପାଇଁ ବିବ୍ରତ ତୁମେ ପିଲାକୁ ସିସାକୁ-(ହୁକାବାର୍‌କୁ) ନେଲ। ଏହା ସ୍ବାସ୍ଥ୍ୟ ପାଇଁ ଅହିତ କର। ସେହିପରି ଜଙ୍କ ଫୁଡ୍‌ ଖେଳାଳିମାନଙ୍କ ପାଇଁ ଠିକ୍‌ ନୁହେଁ। ଜଣେ ମା ଓ ଖେଳାଳି ହୋଇ ତୁମେ ଏ ସଂପର୍କରେ ଅଧିକ ଜାଣିବା ଉଚିତ୍‌

ବୀଣା ମଲ୍ଲିକ ଏକଥା ଲେଖୁଲେଖୁ ଚିହିଁକି ଉଠିଥିଲେ ସାନିଆ ମିର୍ଜ୍ଜା। ସେହି ଟ୍ବିଟରରେ ଦେଇଥିଲେ ଜବାବ।

{"id":124520}

-ବୀଣା ମୁଁ  ମୋ ସନ୍ତାନକୁ ସୀସାକୁ ନେଇନାହିଁ। ଏମିତି ବି ଏହା ତୁମର କିମ୍ବା କାହାର ମୁଣ୍ଡ ଖେଳାଇବାର ବିଷୟ ନୁହେଁ। ମୁଁ ମୋ ପୁଅ ବିଷୟରେ ଅନ୍ୟମାନଙ୍କ ଠାରୁ ଅଧିକ ସଚେତନ ଅଛି। ତା ଛଡ଼ା ମୁଁ ପାକିସ୍ତାନ ଟିମ୍‌ର ଡାଏଟିସିଆନ କିମ୍ବା ତାଙ୍କ ମା କିମ୍ବା ଶିକ୍ଷକ ନୁହେଁ।

ଏହାପରେ ସାନିଆ ଏକ ଟ୍ବିଟ କରିଥିଲେ ଯାହାକୁ ସେ କୁଆଡ଼େ ପରେ ଡିଲିଟ କରିଦେଇଥିଲେ। ଯେଉଁଥିରେ ସେ ବୀଣାଙ୍କର ଏକ ଫଟୋ କୁଆଡ଼େ ସେୟାର କରିଥିଲେ। ଯଦିଓ ସାନିଆ ଏହାକୁ ଡିଲିଟ କରିଥିଲେ କିନ୍ତୁ ଏହାକୁ ବୀଣା ସେୟାର କରିଛନ୍ତି।

ସେମାନେ କେତେବେଳେ ଶୋଉଛନ୍ତି, ଉଠୁଛନ୍ତି , କଣ ଖାଉଛନ୍ତି ଏନେଇ ତୁମେ ଚିନ୍ତା କରିଥିବାରୁ ଧନ୍ୟବାଦ। ଯଦି ମୁଁ ତୁମ ସ୍ଥାନରେ ଥାନ୍ତି ମୁଁ ତୁମ ମ୍ୟାଗାଜିନ କଭରର ପ୍ରଭାବ ପିଲାଙ୍କ ଉପରେ କଣ ପଡ଼ିବ ତାକୁ ନେଇ ବିବ୍ରତ ହୋଇଥାନ୍ତି। ଏହା ପିଲାଙ୍କ ସ୍ବାସ୍ଥ୍ୟପାଇଁ ଭଲ ହେବନି।

{"id":124522}

ବୀଣାବି ଚୁପ୍‌ ରହିନଥିଲେ ପୁଣି ତାର ଜବାବ ଦେଇଥିଲେ। ଏହାର ଜବାବରେ ବୀଣା ଲେଖିଥିଲେ।

ଟ୍ବିଟ୍‌ ଡିଲିଟ କରିଦେଲେ ସରିଯିବନି। ବର୍ତ୍ତମାନର ଟେକ୍ନୋଲୋଜି ଏମିତି ହୋଇଛି ଲୋକେ ସେମାନଙ୍କ କାର୍ଯ୍ୟକୁ ଆଉ ଲୁଚାଇପାରିବେନି।

ରେଷ୍ଟୁରାଣ୍ଟରେ ଖାଇବା ଏବଂ ସୋଏବ ମଲ୍ଲିକ ଜିରୋରେ ଆଉଟ ହେବାକୁ ନେଇ ନେଟ୍‌ ଦୁନିଆ ଯେତିକି ଭାଇରାଲ ହୋଇଥିଲା ଏବେ ଏହି କ୍ୟାଟ୍‌ ଫାଇଟ୍‌ଆହୁରି ଭୟଙ୍କର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.