ଧୋନୀଙ୍କୁ ନେଇ ସାନିଆ କହିଲେ-"ମୋ ସ୍ୱାମୀଙ୍କ କଥା ମନେପକାଇ ଦିଅନ୍ତି ମାହି"

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫/୦୮ : ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ମଃନେଦର ସିଂହ ଧୋନୀ | ଧୋନୀଙ୍କୁ ସନ୍ୟାସ ନେବା ୧୦ ଦିନ ହୋଇସାରିଛି | କିନ୍ତୁ ଏବେ ମଧ୍ୟ ପ୍ରଶଂସକ ତଥା ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଉଛନ୍ତି | ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ମଧ୍ୟ ଧୋନୀଙ୍କୁ ଶୁଭକାମନା ଜଣାଇଛନ୍ତି | ସ୍ପୋର୍ଟସ୍ କିଡା ସହିତ ଏକ ଫେସବୁକ୍ ଚାଟ୍ ସମୟରେ ସାନିଆ କହିଥିଲେ ଯେ ଧୋନୀ ଚାହିଁଥିଲେ ମଇଦାନରୁ ବିଦାୟ ନେଇ ପାରିଥାନ୍ତେ | କିନ୍ତୁ ସେ ଶାନ୍ତିପୂର୍ବକ ବିଦାୟ ନେଇଛନ୍ତି | ଧୋନୀଙ୍କ ଏହି ଶାନ୍ତ ସ୍ୱଭାବ ହିଁ ତାଙ୍କୁ କ୍ୟାପଟେନ କୁଲର ପରିଚୟ ଦେଇଛି ବୋଲି ସାନିଆ କହିଥିଲେ | ସେ କେବଳ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ବହୁତ କିଛି ହାସଲ କରିଛନ୍ତି |

{"id":319781,"sizeSlug":"large"}

ଧୋନୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ମଧ୍ୟ ସାନିଆ ପ୍ରଶଂସା କରିଛନ୍ତି | ଦୁନିଆର ପୂର୍ବତନ ଏକ ନମ୍ବର ଯୁଗଳ ଟେନିସ ଖେଳାଳି ସାନିଆ ମିର୍ଜା କହିଛନ୍ତି ଯେ, ଧୋନୀଙ୍କ ଅନେକ ଗୁଣ ତାଙ୍କ ସ୍ୱାମୀ ସୋଏବ ମଲିକଙ୍କ ସହ ସମାନ | ଧୋନୀ ଓ ସୋଏବଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଅଛି | ଧୋନୀ ତାଙ୍କୁ ତାଙ୍କ ସ୍ୱାମୀ କଥା ମନେପକାଇ ଦିଅନ୍ତି ବୋଲି ସାନିଆ କହିଛନ୍ତି | ଧୋନୀ ଓ ସୋଏବ ପ୍ରାୟ ଏକାଭଳି | ଉଭୟ ମଇଦାନରେ ବହୁତ ଶାନ୍ତ ରୁହନ୍ତି | ଅନେକ ମାମଲାରେ ଧୋଇ ସୋଏବଙ୍କ ଭଳି ବୋଲି ସାନିଆ କହିଛନ୍ତି |

{"sizeSlug":"large"}

ଗତବର୍ଷ ହୋଇଥିବା ବିଶ୍ୱକପ ପରେ କ୍ରିକେଟରୁ ଦୁରେଇ ଯାଇଥିବା ଏମ.ଏସ.ଧୋନୀଙ୍କୁ ଖୁବ ଶୀଘ୍ର ମଇଦାନରେ ଦେଖିବାକୁ ମିଳିବ | ବର୍ତ୍ତମାନ ଧୋନୀ ଆଇପିଏଲ ପାଇଁ ଚେନ୍ନାଇ ସୁପର କିଂଗ୍ସ ସହ ୟୁଏଇରେ ଅଛନ୍ତି | ଚେନ୍ନାଇ ମୁମ୍ବାଇ ଇଂଡିଆନ୍ସ ବିପକ୍ଷରେ ଆଇପିଏଲର ଏହି ସିଜନର ଓପନିଂ ମ୍ୟାଚ ଖେଳିପାରନ୍ତି | ଓପନିଂ ମ୍ୟାଚକୁ ନେଇ ମୁମ୍ବାଇ ଇଂଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ମଧ୍ୟ ସଂକେତ ଦେଇଛନ୍ତି | ସୂଚୀ ଓ ତାଲିକା ଏଯାଏଁ ଜାରି ହୋଇନାହିଁ | ଚଳିତ ସପ୍ତାହ ଶେଷ ସୁଦ୍ଧା କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.