Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ସାନିଆ ମିର୍ଜାଙ୍କୁ ବିଲକୁଲ ପସନ୍ଦ ନୁହେଁ ସୋଏବ ମାଲ୍ଲିକଙ୍କ ଏହି ଅଭ୍ୟାସ : କହିଲେ ଭାରି ବିରକ୍ତ ଲାଗେ

25/05/2020 at 5:33 PM

ନୂଆଦିଲ୍ଲୀ ୨୫/୫: ନିକଟରେ ଭାରତୀୟ ଟେନିସ୍ ସୁପରଷ୍ଟାର ସାନିଆ ମିର୍ଜା ଜଣେ ପାକିସ୍ତାନୀ ଖେଳ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ନିଜ ସ୍ବାମୀ ସୋଏବ ମଲ୍ଲିକଙ୍କ ଆଚରଣ ବିଷୟରେ କହିଥିଲେ,ଯେଉଁଗୁଡ଼ିକୁ ସେ ସବୁଠୁ ବେଶୀ ଘୃଣା କରନ୍ତି। ସାନିଆ ତାଙ୍କର ଏହି ଗୁଣଗୁଡ଼ିକ ବିଷୟରେ କହିଥିଲେ,ଯେତେବେଳେ ସୋଏବ ଏବଂ ତାଙ୍କର ଝଗଡ଼ା ହୋଇଥାଏ ସେତେବେଳେ ସୋଏବ ପୂରାପୂରି ଚୁପ୍ ହୋଇଯାଆନ୍ତି ଏବଂ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ। ସୋଏବ ନିଜ ମନ କଥା କୁହନ୍ତି ନାହିଁ କିମ୍ବା ଝଗଡ଼ାକୁ ସେହି ସମୟରେ ଶେଷ କରିବାକୁ ଉଦ୍ୟମ କରନ୍ତି ନାହିଁ। ସୋଏବଙ୍କ ଏହି ଅଭ୍ୟାସକୁ ସାନିଆ ପସନ୍ଦ କରନ୍ତି ନାହିଁ।

ସାନିଆ ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ବିବାହ ୨୦୧୦ମସିହାରେ ହୋଇଥିଲା ଏବଂ ତାଙ୍କ ବିବାହ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା। ବିବାହର ୧୦ବର୍ଷ ପରେ ମଧ୍ୟ ଏହି ଦମ୍ପତ୍ତିଙ୍କ ମଧ୍ୟରେ ପ୍ରେମ କମି ନାହିଁ ଏବଂ ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି। ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ସୋଏବ ଏବଂ ସାନିଆ ଇଜହାନ୍ ମିର୍ଜା ରଖିଛନ୍ତି।

୬ଥର ଗ୍ରାଣ୍ଡ ସ୍ଲାମ୍ ଜିତିଥିବା ସାନିଆ କହିଛନ୍ତି ଯେ ‘ସେ ଚାହଁନ୍ତି ଝଗଡ଼ା ପରେ କଥା ହୋଇ ସବୁ ସମାଧାନ କରିବାକୁ ଚାହଁନ୍ତି। କିନ୍ତୁ ସୋଏବ ଆରାମରେ କଥା ହେବାକୁ ବିଶ୍ବାସ ରଖନ୍ତି। ସାନିଆ ତାଙ୍କ ସହ ଝଗଡ଼ା କରୁଥିବାବେଳେ ସେ ଫୋନକୁ ଦେଖୁଥାଆନ୍ତି। ସେ ଏହାକୁ ଘୃଣା କରନ୍ତି। ସେ ଏସବୁ ସହି ପାରନ୍ତି ନାହିଁ।’

ଯେତେବେଳେ ସାନିଆଙ୍କୁ ପଚରାଯାଇଥିଲା ଯେ ସୋଏବଙ୍କୁ ତାଙ୍କର କେଉଁ ଅଭ୍ୟାସ ପସନ୍ଦ ନୁହେଁ ସେତେବେଳେ ସାନିଆ କହିଥିଲେ ଯେ ତାଙ୍କର ଜମା ଧୈର୍ଯ୍ୟ ନାହିଁ। ସାନିଆଙ୍କ ଏହି ଅଭ୍ୟାସ ସୋଏବଙ୍କୁ ପସନ୍ଦ ନୁହେଁ।

   Related Posts