ଫେଡ଼୍ କପ୍ ହଟ୍ ଆୱାର୍ଡ ପାଇଁ ସାନିଆ ମିର୍ଜା ମନୋନୀତ : ଭାରତକୁ ଫେଡ଼୍ କପ୍ ପ୍ଲେଅଫରେ ପହଞ୍ଚାଇଥିଲେ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧/୦୫ : ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କୁ ଫେଡ଼୍ କପ୍ ହଟ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି | ଫେଡ଼୍ କପ୍ ହଟ୍ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସେ ପ୍ରଥମ ଭାରତୀୟ ଖେଳାଳି | ତାଙ୍କୁ ଏସିଆ/ଓସିୟାନାର ଇଣ୍ଡୋନେସିଆର ପ୍ରିଷ୍କା ମେଡେଲିନଙ୍କ ସହ ମନୋନୀତ କରାଯାଇଛି | ସାନିଆ ୪ ବର୍ଷ ପରେ ଫେଡ଼୍ କପ୍ ଟେନିସ୍ ଟୁର୍ନାମେଣ୍ଟକୁ ପୁଣିଥରେ ଫେରିଛନ୍ତି | ନିଜର ଦେଢ଼ ବର୍ଷର ପୁଅ ଇଜହାନକୁ ଛାଡି ସାନିଆ ଭାରତକୁ ପ୍ରଥମଥର ପାଇଁ ଫେଡ଼୍ କପ୍ ଟୁର୍ନାମେଣ୍ଟରେ ସାମିଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | 

{"id":262986,"sizeSlug":"large"}

ଅଖିଳ ଭାରତୀୟ ଟେନିସ୍ ସଂଘର ଏକ ବିଜ୍ଞପ୍ତିରେ ସାନିଆ କହିଥିଲେ ଯେ, ୨୦୦୩ ମସିହାରେ ପ୍ରଥମଥର ପାଇଁ ଭାରତୀୟ ପୋଷାକରେ ଟେନିସ୍ କୋର୍ଟକୁ ଓହ୍ଲାଇବା ତାଙ୍କ ପାଇଁ ଗୌରବର ମୁହୂର୍ତ୍ତ ଥିଲା | ସେହିଦିନ ଠାରୁ ସେ ୧୮ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି | ଭାରତୀୟ ଟେନିସରେ ସଫଳତା ହାସଲ କରି ସେ ଗୌରବାନ୍ୱିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି |

{"id":262990,"width":578,"height":324,"sizeSlug":"large"}

ସାନିଆ କହିଛନ୍ତି, 'ଗତ ମାସରେ ଫେଡ଼୍ କପ୍ ଏସିଆ/ଓସିୟାନା ଟୁର୍ନାମେଣ୍ଟର ଫଳାଫଳ ତାଙ୍କ ଟେନିସ୍ କ୍ୟାରିଅରର ସବୁଠାରୁ ବଡ ଉପଲବ୍ଧି ମଧ୍ୟରୁ ଗୋଟିଏ | ଜଣେ ଖେଳାଳି କିଛି ଖାସ୍ ମୁହୂର୍ତ୍ତ ପାଇଁ ଖେଳିଥାଏ ଏବଂ ଫେଡ଼୍ କପ୍ ହଟ୍ ଆୱାର୍ଡ ପାଇଁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଚୟନକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି |

{"id":262987,"sizeSlug":"large"}

ହଟ୍ କପ୍ ବିଜେତାଙ୍କ ନିଷ୍ପତ୍ତି ପ୍ରଶଂସକଙ୍କ ଅନଲାଇନ୍ ଭୋଟିଂ ଜରିଆରେ ହେବ | ଅନଲାଇନ୍ ଭୋଟିଂ ମେ ୧ ତାରିଖରୁ ଆରମ୍ଭ ହେବ | ଭୋଟିଂଏ ତାରିଖରୁ ମେ ୮ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହା ଫେଡ଼୍ କପ୍ ପୁରସ୍କାରର ଏକାଦଶ ଅଧ୍ୟାୟ |

{"id":262989,"width":573,"height":321,"sizeSlug":"large"}

ୟୁରୋପ/ଆଫ୍ରିକାରୁ ଏଷ୍ଟୋନିଆର ଏନେଟ୍ କୋନଟାବିଟ୍ ଏବଂ ଲଜ୍ଜମ୍ବର୍ଗର ଏଲୋନୋରାଙ୍କୁ ମନୋନୀତ କରାଯାଇଛି | ଆମେରିକାର ମେକ୍ସିକୋରୁ ଫର୍ଣାଡା କୋଂଟ୍ରେରାସ୍ ଗୋମେଜ ଓ ପାରାଗୁଏର ବେରୋନିକା କେପେଡ଼୍ ରାୟଗଙ୍କୁ ମନୋନୀତ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.