Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ସାନିଆ ମିର୍ଜାଙ୍କ ବିବାହ ସୋଏବ ମଲିକଙ୍କ ସହ ହେବା ପୂର୍ବରୁ ଏହି ଭାରତୀୟ ଖେଳାଳୀଙ୍କ ସହ ତାଙ୍କର ଚାଲିଥିଲା ଆଫେୟାର..

30/09/2019 at 4:25 PM

ନୂଆଦିଲ୍ଲୀ୩୦|୯: ଭାରତର ଟେନିସ ଖେଳାଳୀ ସାନିଆ ମିର୍ଜା ୨୦୧୦ ମସିହାରେ ପାକିସ୍ତାନ କ୍ରିକେଟର ସୋଏବ ମଲିକ୍‌ଙ୍କୁ ବିବାହ କରିଥିଲେ। ସୋଏବଙ୍କୁ ବିବାହ କରିବା ପୂର୍ବରୁ ସାନିଆ ଓ ପିଲ୍ମ ଅଭିନେତା ଶାହିଦ୍‌ କପୂରଙ୍କ ମଧ୍ୟରେ ଆଫେୟାର ଥିବା ନେଇ କିଛିଦିନ ବେଶ ଚର୍ଚ୍ଚା ହୋଇଥିଲା। ଏହାପରେ ବି ଭାରତରେ ଆଉ ଜଣେ କ୍ରିକେଟରଙ୍କ ସହ ସାନିଆଙ୍କ ଆଫେୟାର ଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା।

ଦିନ ଥିଲା ଏହି ଖେଳାଳୀ ଟିମ ଇଣ୍ଡିଆରେ ମେରୁଦଣ୍ଡ ଥିଲେ। ବୋଲିଂ ଓ ବ୍ୟାଟିଂ ଉଭୟରେ ସେ ପାରଙ୍ଗମ ଥିଲେ। ୨୦୧୧ ମସିହାରେ ଭାରତ ବିଶ୍ବକପ ବିଜୟ ହାସଲରେ ଏହି ଖେଳାଳୀଙ୍କ ଭୂମିକା ବହୁତ ଗୁରୁତପୂର୍ଣ୍ଣ ଥିଲା। ଭାରତୀୟ କେଉଁ କ୍ରିକେଟରଙ୍କ ସହ ସାନିଆଙ୍କ ଆଫେୟାର ଥିଲା ଆସନ୍ତୁ ଜାଣିବା।

ସେ ଆଉ କେହିଁ ନୁହନ୍ତି ଭାରତର ଦମଦାର ବ୍ୟାଟ୍ସମ୍ୟା ଯୁବରାଜ ସିଂହ। ସେହି ସମୟରେ ଯୁବରାଜ ଓ ସାନିଆଙ୍କୁ ବହୁ ସ୍ଥାନରେ ଏକାଠି ବୁଲିବାରେ ଲୋକମାନେ ନୋଟିସ କରିଥିଲେ। ସାନିଆ ଓ ଯୁବରାଜ ଉଭୟଙ୍କ ପ୍ରଶଂସକ ସେମାନଙ୍କ ସଂପର୍କକୁ ନେଇ ବିଭିନ୍ନ ମତ ଦେଇଥିଲେ।

 କିଏ କିଏ କହୁଥିଲେ ଯେ ଏମାନେ ଘନିଷ୍ଠ ବନ୍ଧୁ ଆଉ କିଏ କିଏ କହୁଥିଲେ ଯେ ଏମାନେ ପରସ୍ପରକୁ ଭଲ ପାଉଛନ୍ତି। ଏହି ସମୟରେ ଯୁବରାଜ ସିଂହ କ୍ୟାନସରରେ ରୋଗରେ ଶିକାର ହୋଇଥିଲେ। ଚିକିତ୍ସା ଲାଗି ଆମେରିକା ଯିବା ପରେ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ସାନିଆ ବିବାହ କରିଥିଲେ।

 ସାନିଆ ଓ ଯୁବରାଜଙ୍କ ସଂପର୍କକୁ ନେଇ ସାନିଆଙ୍କ ମାଆ ଖୁସି ନଥିଲେ। ସେ ଯୁବରାଜଙ୍କୁ ବିବାହ କରନ୍ତୁ ବୋଲି ସାନିଆଙ୍କ ମାଆ ଚାହୁଁ ନଥିଲେ। ସେପଟେ ଯୁବରାଜ ମଧ୍ୟ ବିବାହିତ ଥିଲେ ।

   Related Posts