Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସାନିଆ ମିର୍ଜା ହେଲେ ମାଁ, ଆଜି ସକାଳେ ଜନ୍ମ ହୋଇଛି ପୁଅ, ଖୁସୀରେ ଟ୍ୱିଟ କଲେ ସୋଏବ

30/10/2018 at 12:44 PM

ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟ ଖେଳାଳି ସୋଏବ ମଲ୍ଲିକଙ୍କ ଆଜି ସକାଳେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି | ଏନେଇ ସୋଏବ ମଲ୍ଲିକ ଟ୍ୱିଟରରେ ଟ୍ୱିଟ କରି ଜଣାଇବା ସହ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି । ‘ବେବି ମିର୍ଜା ମଲ୍ଲିକ’ ପାଇଁ ସେ ବହୁତ ଖୁସି ଥିବା ଟୁଇଟରେ କହିଛନ୍ତି | ତେବେ ସନ୍ତାନ ଜନ୍ମ ପରେ ଉଭୟ ମା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବି ସେ କହିଛନ୍ତି । ସାନିଆଙ୍କ ଭଉଣୀ ଅନାମ ସନ୍ତାନ ଜନ୍ମ ବେଳେ ତାଙ୍କ ସହିତ ଥିଲେ ଏବଂ ଏନେଇ ସେ ମଧ୍ୟ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି | ଫିଲ୍ମ ମେକର ଫରହା ଖାନ ଖୁସି ଖବର ଶୁଣି ନିଜର ଇନ୍ସଟାଗ୍ରାମ ପେଜରେ ଦୁହିଁଙ୍କୁ ଶୁଭେଚ୍ଛା ଜଣେଇଛନ୍ତି |

ସାନିଆ ମିର୍ଜା ଗତ ବର୍ଷେ ହେଲା ନିଜର ଅପରେସନ ପରେ ଟେନିସ ଖେଳୁନଥିଲେ | ଏହାପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା | ତେବେ ସନ୍ତାନ ଜନ୍ମ ପରେ ସେ କହିଛନ୍ତି ଯେ, ୨୦୨୦ ଟୋକିଓ ଅଲମ୍ପିକରେ ପୁଣି ଟେନିସ କୋର୍ଟକୁ ଫେରିବା ନେଇ ଆଶା ରଖିଛନ୍ତି |

ସୂଚନାଯୋଗ୍ୟ ଯେ, ଶିଶୁ ପୁତ୍ରକୁ ଜନ୍ମ ଦେବା ପୂର୍ବରୁ ସେ ତାଙ୍କ ଛୁଆର ନାଁ ମିର୍ଜାମଲ୍ଲିକ ରଖିବେ ବୋଲି ଏକ ଇଣ୍ଟରଭିୟୁରେ କହିଥିଲେ | ଦଉଭୟ ସ୍ୱାମୀ ସ୍ତ୍ରୀ ଏନେଇ ପୂର୍ବରୁ କଥା ହୋଇଥିଲେ ଯେ, ତାଙ୍କ ଛୁଆର ସାଙ୍ଗିଆ କେବଳ ମଲ୍ଲିକ ନୁହେଁ ବରଂ ମିର୍ଜାମଲ୍ଲିକ ରଖିବେ | ଏଭଳି କ୍ଷେତ୍ରରେ ତାଙ୍କର ପାରିବାରିକ ଖୁସି ବଜାୟ ରହିବ ବୋଲି ସେ କହିଛନ୍ତି | ସାନିଆ ଆହୁରି କହିଥିଲେ ଯେ ସେ ଏକ କନ୍ୟା ଚାହୁଁଥିଲେ |

ସାନିଆ ମିର୍ଜା ୨୦୧୦ ମସିହା ଏପ୍ରିଲ ୧୨ ତାରିଖରେ ପାକିସ୍ତାନ କ୍ରିକେଟ ଖେଳାଳି ସୋଏବ ମଲ୍ଲିକଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ |

   Related Posts