Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ କୁକିଂ ଭିଡିଓ ସେୟାରକୁ ନାପସନ୍ଦ କଲେ ସାନିଆ ମିର୍ଜା, କହିଲେ…

4/04/2020 at 10:35 PM

ମୁମ୍ବାଇ ୪।୪: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା । ବିଶ୍ବବ୍ୟାପୀ ଏହି କରୋନା ମହାମାରୀ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଦେଶରେ ମଧ୍ୟ କରୋନା ଭାଇରସ୍ ସଂକ୍ରମିତଙ୍କ ଦିନକୁ ଦିନ ବଢି ବଢି ଚାଲିଛି । ସେହିଭଳି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଦେଶରେ କିପରି କରୋନା ସଂକ୍ରମଣକୁ ରୋକାଯାଇପାରିବ ସେନେଇ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ସମସ୍ତେ ଉଦ୍ୟମ ଚଳାଇଛନ୍ତି । ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା ମଧ୍ୟ କରାଯାଇଛି ।

ଦେଶବ୍ୟାପୀ ଲକ୍ ଡାଉନ୍ ଯୋଗୁଁ ଲୋକମାନଙ୍କୁ ଘର ଭିତରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ଲକ୍ ଡାଉନ୍ ପାଇଁ ସମସ୍ତେ ଘରେ ରହିବା ସହ ନିଜ ନିଜ ପରିବାର ଲୋକଙ୍କୁ ସହ ସମୟ ବିତାଉଛନ୍ତି । କେହି କେହି ଘରେ ଭଲ ଭଲ ରୋଷେଇ କରି ଖାଉଛନ୍ତି ତ କେହି କେହି ଘର ସଫାସଫି କରିବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ବାପା-ମାମାନେ ନିଜ ପିଲାଛୁଆଙ୍କ ସହ ଖେଳାଖେଳି କରିବା ସହ ସେମାନଙ୍କ ପାଠ ପଢାରେ ସେମାନଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି ।

ତେବେ ଏଥିରୁ ବାଦ୍ ପଡିନାହାନ୍ତି ସେଲିବ୍ରିଟିମାନେ । ସେମାନେ ମଧ୍ୟ ନିଜ ନିଜ ଘରେ ସମୟ ବିତାଇବା ସହ ଘର କାମ ନିଜେ କରୁଥିବାର ଦେଖିବାକୁ ମିଳୁଛି । କେହି କେହି ସେଲିବ୍ରିଟି ରୋଷେଇ କରିବା ବେଳର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି । ଭଲ ଭଲ ଖାଦ୍ୟ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବେ ଦେଖିବାକୁ ମିଳିଛି । ତେବେ ସେଲିବ୍ରିଟିମାନଙ୍କ ଏଭଳି ଫଟୋ ଭିଡିଓକୁ କେହି କେହି ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନାପସନ୍ଦ କରୁଛନ୍ତି ।

ସୋସିଆଲ ମିଡିଆରେ ସେଲିବ୍ରିଟିମାନଙ୍କ ଏଭଳି ଫଟୋ ଏବଂ ଭିଡିଓ ସେୟାରକୁ ଟେନିସ୍ ଖେଳାଳି ସାନିଆ ମିର୍ଜା ନାପସନ୍ଦ କରିଛନ୍ତି । ଏନେଇ ସାନିଆ ଟ୍ବିଟ୍ କରି ଲେଖିଛନ୍ତି ଯେ, “ଏଭଳି ସ୍ଥିତିରେ ଆମେ ରୋଷେଇ ବେଳର ଭିଡିଓ ଏବଂ ଖାଦ୍ୟର ଫଟୋ ସେୟାର କରି କ୍ଲାନ୍ତ ହେଉନାହୁଁ । ଅନ୍ତତଃ ଏନେଇ ଥରେ ଚିନ୍ତା କରିବା ଉଚିତ୍ ଏଠାରେ ହଜାର ହଜାର ଲୋକ ଅଛନ୍ତି, ଯେଉଁମାନେ ଭୋକରେ ରହୁଛନ୍ତି ଏବଂ ନିଜ ପାଇଁ ଖାଦ୍ୟ ଯୋଗାଡ କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି ।”

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଲକ୍ ଡାଉନ୍ ରେ ଘରେ ରହିଥିବା ସମୟରେ ରୋଷେଇ କରିବା ବେଳର ଭିଡିଓ ଏବଂ ଖାଦ୍ୟର ଫଟୋ ସେୟାର କରିଥିଲେ । ସେହିପରି ଅଭିନେତ୍ରୀ ମଲାଇକା ଆରୋରା, ଅଭିନେତ୍ରୀ ସୋନମ୍ କପୁରଙ୍କ ସହ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ରୋଷେଇ କରିବା ସମୟର ଏବଂ ଖାଦ୍ୟର ଅନେକ ଫଟୋ ସହ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସେଲିବ୍ରିଟିମାନେ ଏଭଳି ସଙ୍କଟ ସମୟରେ ସହାୟତାର ହାତ ବଢାଉଥିବା ବେଳେ ଅନ୍ୟପଟେ ଏଭଳି କରିବାକୁ ଫ୍ୟାନ୍ସମାନେ ନାପସନ୍ଦ କରିଛନ୍ତି ।

   Related Posts