ପାକିସ୍ତାନ କ୍ରିକେଟ ଟିମ ସହ ପୁଅ ଇଜହାନର ଜନ୍ମଦିନ ପାଳନ କଲେ ସାନିଆ ମିର୍ଜା

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ ୩୧/୧୦ : ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲିକଙ୍କ ଜନ୍ମଦିନ ପାକିସ୍ତାନ କ୍ରିକେଟ ଟିମ ସହ ପାଳନ କରିଛନ୍ତି। ସାନିଆ ପୁଅର ଜନ୍ମଦିନର ଅନେକ ଫଟୋ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଇଜହାନଙ୍କ ତୃତୀୟ ଜନ୍ମଦିନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

{"id":536308,"sizeSlug":"full","linkDestination":"none"}

ସାନିଆ ସ୍ୱାମୀ ସୋଏବ ମଲିକଙ୍କ ସହ ମଧ୍ୟ ଜନ୍ମଦିନର ଫଟୋ ସେୟାର କରିଛନ୍ତି। ଫଟୋ ସହ ସାନିୟା ଏକ ଭାବୁକ ମେସେଜ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, "ମୋ ଦୁନିଆକୁ ଜନ୍ମଦିନର ଶୁଭେଚ୍ଛା। ଆଜିଠୁ ୩ ବର୍ଷ ପୂର୍ବରୁ ମୋ ତୋ ମା' ରୂପେ ପୁନର୍ଜନ୍ମ ନେଇଥିଲି। ମୁଁ ତୁମକୁ ବହୁତ ଭଲପାଏ। ଆମକୁ ପିତାମାତା ଭାବେ ବାଛିଥିବାରୁ ଧନ୍ୟବାଦ। ମୋର ସବୁଠାରୁ ଦୟାଳୁ ପିଲା।"

{"id":536310,"sizeSlug":"full","linkDestination":"none"}

ସେ ପାକିସ୍ତାନୀ ଟିମ କ୍ରିକେଟର ଓ ସେମାନଙ୍କ ପରିବାର ସହ କିଛି ଫଟୋ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି। ଇଜହାନଙ୍କ ଜନ୍ମଦିନ ପାର୍ଟିରେ ପାକିସ୍ତାନ କ୍ରିକେଟ ଟିମ ଓ ତାଙ୍କ ପରିବାର ସାମିଲ ହୋଇଥିଲେ। ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ ମଧ୍ୟ ଜନ୍ମଦିନ ପାର୍ଟିର ଫଟୋ ସେୟାର କରିଛନ୍ତି।

{"id":536305,"sizeSlug":"full","linkDestination":"none"}

ପାକିସ୍ତାନ କ୍ରିକେଟ ଟିମ ଆଇସିସି ଟି-୨୦ ବିଶ୍ୱକପରେ ୩ଟି ମ୍ୟାଚ ଖେଳିଛି ଓ ତିନିଟିରେ ବିଜୟ ହାସଲ କରିଛି। ପାକିସ୍ତାନ ଟିମର କ୍ୟାପଟେନ ବାବର ଆଜମ ଟିମର ଖେଳାଳିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ଆଜମ ଲେଖିଛନ୍ତି, ମୋର ଦ୍ୱିତୀୟ ପରିବାର ସହ ଗୋଟିଏ ଦିନ ଛୁଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.