ଚାନ୍ଦବାଲି ୨୧|୫: ସମୁଦ୍ର ଉପକୂଳବର୍ତୀ ଚାନ୍ଦବାଲି ବ୍ଲକ୍ କୁ ରାଜ୍ୟ ସରକାର ବାତ୍ୟାଂଚଳ ଘୋଷଣା କରିନଥିବାରୁ ଏହାର ପ୍ରତିବାଦ କରି ସଂଗ୍ରାମ ସେବା ଚାନ୍ଦବାଲି ବଜାରରୁ ଏକ ଶୋଭାଯାତ୍ର କରି ତହସିଲ ଅଫିସ ଘେରାଉ କରିବା ସହ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଚଳିତ ବାତ୍ୟା ଫୋନିରେ ଚାନ୍ଦବାଲି ବ୍ଲକରେ ବ୍ୟାପକ ଭାବେ ଘରଦ୍ବାର ଭାଙ୍ଗିବା ସହ ଲୋକମାନେ ସ୍ଥାନାନ୍ତରିତ ହୋଇ ବାତ୍ୟା ଆଶ୍ରୟ ସ୍ଥଳୀ ଏବଂ ବିଭିନ୍ନ ସ୍କୁଲରେ ଦୁଇ ଦିନ ରନ୍ଧା ଖାଦ୍ୟ ଖାଇଥିଲେ । ହେଲେ ଚାନ୍ଦବାଲି ମାତ୍ର ୨ କିମି ଦୂର ରାଜକନିକା ବ୍ଲକ୍ କୁ ସରକାର ବାତ୍ୟା ଅଂଚଳ ଘୋଷଣା କରିଥିବା ବେଳେ ଚାନ୍ଦବାଲି ସେଥିରୁ କେମିତି ବାଦ୍ ପଡିଲା ବୋଲି ସଂଗ୍ରାମ ସେନା ପ୍ରଶ୍ନ ଉଠାଇଛି । ଚାନ୍ଦବାଲିକୁ ରାଜ୍ୟ ସରକାର ବାତ୍ୟା ଅଂଚଳ ଭାବେ ଘୋଷଣା କରିବା ସହ ତୁରନ୍ତ ରିଲିଫ୍ ପ୍ରଦାନ କରିବାକୁ ସଂଗ୍ରାମ ସେନା ଦାବି କରିଛି ।
ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...