ଭାଟିରେ ଇଟା ଉଠାଉଛନ୍ତି ଅନ୍ତର୍ଜାତୀୟ ଫୁଟବଲ ତାରକା : ପରିବାରର ଆର୍ଥିକ ସ୍ଥିତି ବଦଳାଇଦେଲା ବୃତ୍ତି

Published By : Prameya-News7 Bureau | May 23, 2021 IST

ଝାଡଖଣ୍ଡ ୨୩/୫ : ଭାରତରେ ଅନେକ କ୍ରୀଡ଼ା ପ୍ରତିଭା ଅଛନ୍ତି ଯେଉଁମାନେ ଅବହେଳିତ ହୋଇ ରହିଯାଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଝାଡଖଣ୍ଡର ଜଣେ ଅନ୍ତର୍ଜାତୀୟ ଫୁଟବଲର୍ ତାରକା ସଂଗୀତ କୁମାରୀ ସୋରେନ୍ । ମେଡାଲ ବିଜୟୀ ପରେ ସରକାର ପୂରଣ କଲେ ସର୍ତ୍ତ, ନାଁ ମିଳିଲା ସୁବିଧା ସୁଯୋଗ । ଶେଷରେ ବଞ୍ଚିବା ପାଇଁ ବୃତ୍ତି ବଦଳାଇଦେଲେ ଏହି ଅନ୍ତର୍ଜାତୀୟ ତାରକା । ପରିବାର ଆର୍ଥି ସ୍ଥିତି ସ୍ୱଚ୍ଛଳ ନଥିବାରୁ ଶେଷରେ ବଞ୍ଚିବାକୁ କରୁଛନ୍ତି ଅହରହ ସଂଘର୍ଷ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ଇଟା ଭାଟିରେ କାମ କରୁଛନ୍ତି ।

wp:gallery {"ids":[456081],"linkTo":"none"} /wp:gallery

ବାସ୍ତବରେ, ସଂଗୀତ ସୋରେନ୍ ଧନବାଦର ବାଗମାରା ବାସମୁଦିର ବାସିନ୍ଦା । ତାଙ୍କ ବଡ ଭାଇ, ଦୈନିକ ଶ୍ରମିକ ଭାବେ କାମ କରନ୍ତି। ହେଲେ କରୋନା ପାଇଁ ଲକଡାଉନ ଚାଲୁଥିବାରୁ ଶ୍ରମିକମାନଙ୍କୁ କାମ ମିଳୁନାହିଁ । ତେବେ ପରିବାର ଚଳିବ କେମିତି ? ରୋଜଗାରିଆ ପୁଅ ହାତି ବାନ୍ଧି ବସିଲେ ପେଟ ପୋଷିହେବ କିପରି । ଏକଥା ଭାବି ଭାବି ସଂଗୀତ ଶେଷରେ ଇଟା ଭାଟିରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ ।

wp:gallery {"ids":[456082],"linkTo":"none"} /wp:gallery

ବର୍ତ୍ତମାନ ପରିବାରର ସମସ୍ତ ଭାର ସଂଗୀତାଙ୍କ ଉପରେ ରହିଛି । ପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚାକିରୀ ଖଣ୍ଡିଏ କରାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଅର୍ଥାତ୍ ଟ୍ୱିଟ୍ କରି ସହାୟତା ଏବଂ ସରକାରୀ ଚାକିରି କରାଇଦେବାର ନିଶ୍ଚିତ କରାଇଥିଲେ। କିନ୍ତୁ ତାହା କାଗଜ କଲମରେ ସୀମିତେ ହୋଇ ରହିଯାଇଛି । ସଂଗୀତାଙ୍କ ବାପାଙ୍କୁ ଠିକ୍ ଭାବରେ ଦେଖିପାରନ୍ତି ନାହିଁ । ସଂଗୀତାଙ୍କ ମା ମଧ୍ୟ ତାଙ୍କ ଝିଅ ସହ ଇଟା ଭାଟରେ କାମ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.