ସଙ୍ଗିତା ରେଡ୍ଡୀ ହେଲେ FICCI ନୂଆ ଅଧ୍ୟକ୍ଷା, ଉଦୟ ଶଙ୍କର ବରିଷ୍ଠ ଉପାଧ୍ୟକ୍ଷ

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ ୨୩।୧୨:  ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଫିକ୍କି)ର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଙ୍ଗିତା ରେଡ୍ଡୀ। ଆପୋଲୋ ହସ୍ପିଟାଲ ସମୂହର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ସଙ୍ଗିତା ୨୦୧୯-୨୦ ବର୍ଷ ନିମନ୍ତେ ଫିକ୍କି ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ଏହି ପଦବୀରେ ପୂର୍ବରୁ ଅବସ୍ଥାପିତ ଏସଆଇଏଲ୍ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ସୋମାନୀଙ୍କ ସ୍ଥାନରେ ଏବେ ସଙ୍ଗିତା କାର୍ଯ୍ୟ କରିବେ।

{"id":201549,"sizeSlug":"large"}

ଫିକ୍କିଙ୍କ ବିଜ୍ଞପ୍ତି ଅନୁସାରେ ୱାଲ୍ଟ ଡିଜନୀ କମ୍ପାନୀ ଏପିଏସିର ଅଧ୍ୟକ୍ଷ ତଥା  ଷ୍ଟାର ଏଣ୍ଡ ଡିଜନୀ ଇଣ୍ଡିଆ ଚେୟାରମ୍ୟାନ ଉଦୟ ଶଙ୍କର ବରିଷ୍ଠ ଉପାଧ୍ୟକ୍ଷ ଅବସ୍ଥାପିତ ହୋଇଛନ୍ତି।  ସେହିପରି ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ମେହେଟା ଫିକ୍କି ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

{"id":201550,"sizeSlug":"large"}

ଏହି ଅବସରରେ ନୂଆ ଅଧ୍ୟକ୍ଷା ଏକ ବାର୍ତ୍ତାରେ ଆଗାମୀ ବର୍ଷ ଫିକ୍କି ଓ ଆମ ଦେଶ ଲାଗି ଏକ ପ୍ରଗତିଶୀଳ ବର୍ଷ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିକ୍କିର ୯୨ତମ ବାର୍ଷିକ ସାଧାରଣ ବୈଠକରେ ଦେଶର ୫ ବିଲିୟନ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ ହାସଲ ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.