Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସଂଗୀତାଙ୍କୁ ହତ୍ୟା କରି କିଏ ଟ୍ରେନ ଲାଇନରେ ଫିଙ୍ଗି ଦେଇ ନାହାନ୍ତି ତ? ଫିଟିବ ସବୁ ଗୁମର…

9/02/2020 at 4:56 PM

ଭଦ୍ରକ୯/୨: ଅଟଳବିବହାରୀ ମହାବିଦ୍ୟାଳୟ ଛାତ୍ରୀ ସଂଗୀତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ରବିବାରରେ ମେସ୍‌ ମାଲିକ ପ୍ରତାପ ଡାଙ୍ଗୁଆକୁ ପୋଲିସ୍ ଗରିଫ କରିଛି। ଛାତ୍ରୀଙ୍କୁ କିସ୍‌ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଓରଫ ବିନିଙ୍କ ଆତ୍ମହତ୍ୟା ସଂଗୀତା ମେସ୍‌ ମାଲିକ୍ ପ୍ରତାପ ଦାୟୀ ବୋଲି ମୃତା ସଂଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଯେଉଁ ଭିଡିଓରେ ଛାତ୍ରୀଙ୍କୁ ପ୍ରତାପ କିସ୍ କରୁଥିବାର ଦୃଶ୍ୟ ରହିଥିଲା। ମୃତା ଛାତ୍ରୀ ସଂଗୀତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ମେସ୍ ମାଲିକ ତାଙ୍କୁ କିସ୍ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲା। ଯେଉଁଥିପାଇଁ ସଂଗୀତା ଓରଫ ବିନି​ ଟ୍ରେନ ଲାଇନ୍‌ରେ ଡ଼େଇଁ ଆତ୍ମହତ୍ୟା କରିଛନ୍ତି।

ଦୀର୍ଘ ୧୯ ଦିନ ପରେ ମେସ୍ ମାଲିକ ପ୍ରତାପକୁ ପୋଲିସ ଗିରଫ କରିଛି। କିନ୍ତୁ ସଂଗୀତାଙ୍କ ଆତ୍ମହତ୍ୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେସ୍‌ ମାଲିକଙ୍କ ନିର୍ଯାତନା ସହି ନ ପାରି ସଂଗୀତା ଆତ୍ମହତ୍ୟା କରିଛନ୍ତି କି ଆତ୍ମହତ୍ୟା ପଛରେ ଆଉ କଣ ରହସ୍ୟ ରହିଛି। ସଂଗୀତାଙ୍କୁ ହତ୍ୟା କରି କିଏ ଟ୍ରେନ ଲାଇନରେ ଫିଙ୍ଗି ଦେଇ ନାହାନ୍ତି ତ? ବର୍ତ୍ତମାନ ଏହି ତମାମ ଘଟଣା ତଦନ୍ତ ପରିସରଭୁକ୍ତ ରହିଛି । ମେସ୍‌ ମାଲିକର କହିବା ଅନୁସାରେ ଝିଅ ଭାବି ଛାତ୍ରୀଙ୍କୁ ସେ ଗେଲ କରୁଥିଲା। ହେଲେ ଏମିତି କଣ ଘଟଣା ଘଟିଲା ଯେ ସଂଗୀତା ଟ୍ରେନ ଲାଇନରେ ଡ଼େଇଁ ସଂଗୀତା ଆତ୍ମହତ୍ୟା କଲେ। ଅନ୍ୟପଟେ ସଂଗୀତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ସଠିକ ସୂଚନା ମିଳି ନାହିଁ। ସଂଗୀତା ଓରଫ ବିନିଙ୍କ ଆତ୍ମହତ୍ୟା ଘଟଣାରେ ଖୁବ ଶୀଘ୍ର ପରଦା ହଟିବ ବୋଲି ପୋଲିସ କହିଛି।

ବାସୁଦେବପୁର ପୋଲିସ୍ 29/20 ନମ୍ବର ମାମଲା ରୁଜୁ କରିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ୩୫୪ ଧାରା ଓ ମୃତ୍ୟୁ ଷଡଯନ୍ତ୍ର ପାଇଁ ୧୨୦ ବି ଆଧାରରେ ମେସ୍ ମାଲିକକୁ ପୋଲିସ ଗିରଫ କରିଛି। ଅନ୍ୟପଟେ ଭାଇରାଲ ଭିଡିଓ ପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଆଧାରରେ୬୭ ଇ ଦଫା ଲାଗିଛି।

   Related Posts