Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

RSS ନିକଟରେ ବୁଦ୍ଧି ‘ଶୂନ’ ଏବଂ ମୁସଲିମମାନଙ୍କୁ ନେଇ ଘୃଣାଭାବ ‘୧୦୦ ପ୍ରତିଶତ’ : ମୋହନ ଭାଗବତଙ୍କ ବୟାନକୁ ନେଇ ଓଓ୍ବେସୀଙ୍କ ପାଲଟା ଜବାବ

22/07/2021 at 10:05 PM

ହାଇଦ୍ରାବାଦ ୨୨/୦୭ : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ବୁଧବାର ଏକ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଭାରତକୁ ପାକିସ୍ତାନରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ ଜାରି ରହିଛି । ଏହା ଏ​‌ବେ ଠାରୁ ନୁହେଁ ବରଂ ୧୯୩୦ ମସିହାରୁ ମୁସଲିମଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅହରହ ଚେଷ୍ଟା ଜାରି ରହିଛି । ତେବେ ଏହାକୁ ନେଇ ଗୁରୁବାର ଅଲ ଇଣ୍ଡିଆ ମଜଲିସ୍ ଏ ଇସ୍ତେହାଦୁଲ ମୁସଲମୀନ (AIMIM) ଅଧ୍ୟକ୍ଷ ଅସଦୁଦ୍ଦୀନ ଓଓ୍ବେସୀ ପାଲଟା ଜବାବ ଦେଇଛନ୍ତି ।

ମୋହନ ଭାଗବତଙ୍କ ବୟାନକୁ ନେଇ ଓଓ୍ବେସୀ ଟ୍ବିଟ୍ କରି କହିଛନ୍ତି, ‘ RSSର ଭାଗବତଙ୍କ କହିବା କଥା ଯେ ୧୯୩୦ରୁ ମୁସଲିମ ଜନସଂଖ୍ୟା ବୃଦ୍ଧି କରିବା ପାଇଁ ସଂଗଠିତ ଭାବେ ଚେଷ୍ଟା ଜାରି ରହିଛି । ଯଦି ସମସ୍ତଙ୍କ ଡିଏନ୍‌ଏ ଏକ ତେବେ ଗଣତି କାହିଁକି ହେଉଛି ? ଦ୍ବିତୀୟ କଥା ହେଉଛି ୧୯୫୦ ମସିହାରୁ ୨୦୧୧ ଯାଏଁ ଭାରତରେ ମୁସଲିମଙ୍କ ଅଭିବୃଦ୍ଧି ହାର କମିଛି । ସଂଘ ନିକଟରେ ବୁଦ୍ଧି ଶୂନ ଏବଂ ମୁସଲିମଙ୍କୁ ନେଇ ଘୃଣାଭାବ ୧୦୦ ପ୍ରତିଶତ ।’

ଦ୍ବିତୀୟ ଟ୍ବିଟ୍‌ରେ ଓଓ୍ବେସୀ କହିଛନ୍ତି, ‘ମୁସଲମାନଙ୍କୁ ଘୃଣା କରିବା ସଂଘର ନୀତିଗତ ଅଭ୍ୟାସ ଏବଂ ଏହା ଧିରେ ଧିରେ ସମାଜରେ ମଧ୍ୟ ଏହା ବିସ୍ତୃତ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ମୋହନ ଭାଗବତ କହିଥିଲେ ଯେ ଆମେ ସମସ୍ତେ ଏକ୍‌ । ହିନ୍ଦୁ ମୁସଲିମଙ୍କ ଡିଏନ୍‌ଏ ଏକ୍ । ଏହା ପରେ ମୋହନ ଭାଗବତଙ୍କ ସମର୍ଥକମାନେ ତାଙ୍କୁ ବେଶ ସମାଲୋଚନା କରିଥିବେ ସେଥିପାଇଁ ସେ ପୁଣି ଥରେ ମୁସଲିମମାନଙ୍କୁ ନିଚ୍ଚ ଦେଖାଇବାକୁ ଚେଷ୍ଟା କରିଛନ୍ତି ।’ ଓଓ୍ବେସୀ କହିଛନ୍ତି ଆଧୁନିକ ଭାରତରେ ହିନ୍ଦୁତ୍ବର ସ୍ଥାନ ରହିବା କଥା ନୁହେଁ।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଥିଲେ ଯେ, ୧୯୩୦ ମସିହା ପରଠାରୁ ଦେଶରେ ମୁସଲିମ ଜନସଂଖ୍ୟା ବୃଦ୍ଧି କରାଇବାକୁ ଉଦ୍ୟମ କରାଯାଉଛି । ଯାହାଫଳରେ ସେମାନଙ୍କ ଶକ୍ତି ତଥା ସାମର୍ଥ୍ୟ ବୃଦ୍ଧି ପାଇବ । ସେମାନଙ୍କୁ ବିସ୍ତାର କରିବା ପାଇଁ ଚେଷ୍ଟା କରାଯାଇଥିଲା ଯାହା ଫଳରେ ଏହି ଦେଶକୁ ପାକିସ୍ତାନରେ ପରିଣତ କରାଯିବ । ପଞ୍ଜାବ, ସିନ୍ଧ, ଆସାମ, ବେଙ୍ଗଲ ଏବଂ ଆଖପାଖ ଅଞ୍ଚଳରେ ମୁସଲିମଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା ହୋଇଥିଲା । କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ । ମୋହନ ଭାଗବତ କହିଥିଲେ ପଞ୍ଜାବ ଏବଂ ବେଙ୍ଗଲ ଅଧା ମିଳିଲା । ଆସାମ ସେମାନଙ୍କୁ ମିଳିପାରିନଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ଏହିଭଳି ପ୍ରୟାସ କରାଯାଉଛି ।

   Related Posts