Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବିବାହ ପାଇଁ କାର୍ଡ ଛାପିବା ପରେ ଏହି ପ୍ରେମିକାଙ୍କ ସହ ସଲମାନଙ୍କ ହୋଇଥିଲା ବ୍ରେକ୍ ଅପ , ଧର୍ମ ପରିବର୍ତ୍ତନ କରି ଏହି କ୍ରିକେଟରଙ୍କୁ ବିବାହ କରିଥିଲେ ସଲମନଙ୍କ ସେହି ପ୍ରେମିକା

8/02/2019 at 5:31 PM

ମୁମ୍ବାଇ ୮|୨: ବଲିଉଡ ସେଲିବ୍ରିଟି ଓ କ୍ରିକେଟ ତାରକାଙ୍କର ପ୍ରେମ ସଂପର୍କ ସବୁବେଳେ ଚର୍ଚ୍ଚାରେ ଥାଏ। କିଛି କପଲଙ୍କ ଲଭ ଷ୍ଟୋରି ବିବାହରେ ରୂପାନ୍ତରିତ ହୁଏ ତ କିଛି ବିଫଳ ହୋଇଥାଆନ୍ତି। ତେବେ କ୍ରିକେଟ ତାରକା ଓ ବଲିଉଡର ସେଲିବ୍ରିଟିଜ ମହମ୍ମଦ ଆଝାରୂଦ୍ଦିନ ଓ ସଂଗୀତା ବିଜଲାନିଙ୍କ ବିବାହ ବେଶ ଚର୍ଚ୍ଚାରେ ଥିଲା। ବଲିଉଡ ଅଭିନେତ୍ରୀ ଓ ପୂର୍ବତ ମିସ୍‌ ଇଂଡିଆ ସଂଗୀତା ଛୋଟ ବେଳୁ ଗ୍ଲାମର ଦୁନିଆରେ ପାଦ ଦେବାକୁ ଚାହୁଁଥିଲେ। ୧୬ ବର୍ଷରେ ମଡେଲିଂ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଖୁବ୍‌ ଶୀଘ୍ର ପ୍ରତିଷ୍ଠା ହାସଲ କରିଥିଲେ। ସେ ବିଜଲୀ ନାଁରେ ମଧ୍ୟ ପରିଚିତ ଥିଲେ।
 ଆଝାରଙ୍କ ପୂର୍ବରୁ ସଂଗୀତା ସଲମାନଙ୍କ ସହ ରିଲେସନଶିପରେ ଥିଲେ। ୧୯୮୬ ମସିହାରେ ସଲମାନ ଖାନ ଓ ସଂଗୀତା ଭେଟ ହୋଇଥିଲେ। ୧୦ ବର୍ଷ ଡେଟ କରିଲା ପରେ ଦୁହେଁ ଅଲଗା ହୋଇଥିଲେ। ୯୦ ଦଶକରେ ସଂଗୀତା ବିଜଲାନି ଓ ସଲମାନଙ୍କ ଆଫୟାର ବେଶ ଚର୍ଚ୍ଚାରେ ଥିଲା। ସୁଚନାଯୋଗ୍ୟ ଯେ ଉଭୟଙ୍କ ବିବାହ ମଧ୍ୟ ହୋଇଥାନ୍ତା। ବିବାହ କାର୍ଡ ଛପା ସରିଥିଲା। ସଲମାନ ସଂଗୀତାଙ୍କୁ ଡେଟ୍‌ କରିବା ସହ ସୋମି ଅଲ୍ଲୀଙ୍କୁ ଡେଟ୍‌ କରୁଥିଲେ। ତେବେ ସୋମି ଓ ସଲମାନଙ୍କ ସଂପର୍କ ବିଷୟରେ ଜାଣିଲା ପରେ ସେ ବିବାହ ପାଇଁ ମନା କରିଥିଲେ। ସଲମାନଙ୍କ ସହ ବ୍ରେକଅପ୍‌ ହେଲା ପରେ କ୍ରିକେଟ ତାରକାଆଝାରଙ୍କ ସହ ସଂଗୀତା ବିବାହ କରିଥିଲେ।

ସେତେବେଳେ ଆଝାରଙ୍କୁ ବିବାହ ପୂର୍ବରୁ ହୋଇସାରିଥିଲା। ତାଙ୍କର ୨ଟି ପୁଅ ମଧ୍ୟ ଥିଲେ। କିନ୍ତୁ ସଂଗୀତାଙ୍କୁ କିଛି ଫରକ ପଡିନଥିଲା। ତେବେ ସଂଗୀତାଙ୍କୁ ବିବାହ କରିବା ପାଇଁ ଆଝାର ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ। ତେଣୁ ସଂଗୀତା ଇସଲାମ ଧର୍ମ କୁବୁଲ କରି ଆଝାରଙ୍କୁ ବିବାହ କରିଥିଲେ। ଧର୍ମ ବଦଳିଲା ପରେ ସେ ତାଙ୍କ ନାଁ ଆୟଶା ରଖିଥିଲେ। ବିବାହ ପରେ ଉଭୟଙ୍କ ସଂପର୍କ ଅଧିକ ଦିନ ଚାଲିନଥିଲା। ୨୦୧୦ ମସିହାରେ ଦୁହେଁ ପରସ୍ପରଙ୍କୁ ଛାଡପତ୍ର ଦେଇଥିଲେ। ବ୍ରେକଅପ୍‌ ପରେ ମଧ୍ୟ ସଲମାନ ଓ ସଂଗୀତାଙ୍କ ସଂପର୍କ ଭଲ ଅଛି। ଆଜି ଦିନରେ ମଧ୍ୟ ସଂଗୀତାଙ୍କୁ ସଲମାନଙ୍କ ଘରକୁ ଯିବା ଆସିବା କରିବାର ସ୍ପଟ କରାଯାଇଛି।

   Related Posts