ଶୃଙ୍ଖଳା-ସେଲ୍‌ଫି ବନାମ କଂଗ୍ରେସ : ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ସନ୍ଧ୍ୟାରାଣୀଙ୍କ କଡା ଜବାବ

Published By : Prameya-News7 Bureau | December 12, 2019 IST

ଭୁବନେଶ୍ବର ୧୨।୧: ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସରେ ବିସ୍ଫୋରଣ । ମହିଳା କଂଗ୍ରେସର କିଛି କର୍ମୀ ସାମ୍ବାଦିକ ସମ୍ମିଳନୀ କରି ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ପିସିସି ହଟାଓ ଅଭିଯାନରେ ଦିଲ୍ଲୀ ଯାଇ କିଛି ମହିଳା କଂଗ୍ରେସର ନେତ୍ରୀ ସୋନିଆଙ୍କୁ ଭେଟିବା ଏବଂ ବିଜେପି ସାଂସଦ ଅପରାଜିତାଙ୍କ ସହ ସେଲଫି ଉଠାଇବାକୁ ସମାଲୋଚନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ।

ମହିଳା କଂଗ୍ରେସର ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ମହାପାତ୍ର କହିଛନ୍ତି, କଂଗ୍ରେସର ସଂଗଠନ ଦୁର୍ବଳ ଅଛି । ସେଥିପାଇଁ ପିସିସି ସଭାପତିଙ୍କୁ ବଦଳାଇବାକୁ ଆମେ ସୋନିଆଙ୍କୁ ଭେଟିଥିଲୁ । ବିଜେପି ସାଂସଦଙ୍କୁ ଭେଟି ଫଟୋ ଉଠାଇବା ଅପରାଧ ନୁହେଁ ବୋଲି ସେମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.