ସନ୍ଦେହଜନକ ଭାବେ ଯୁବକଙ୍କ ମୃତ୍ୟୁ
17/07/2020 at 10:47 AM

ସାଲେପୁର୧୭/୭: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳ ଶିଶୁଆ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ସୁଲଭ ସାହୁଙ୍କ ପୁଅ ମାନସ କୁମାର ସାହୁ। ଗତ କାଲି ବିଳମ୍ବିତ ରାତିରେ ମାନସ ଘରକୁ ଫେରିଥିଲେ। ହେଲେ ପରିବାର ଲୋକେ ନିଜ ଘର ସାମ୍ନା ବାରଣ୍ଡା ତଳେ ମରି ପଡିଥିବାର ସକାଳେ ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।
Related Posts
ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ
8 March 2021