Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୀର ସାଭରକରଙ୍କ ବାୟୋପିକର ଘୋଷଣା: ମହେଶ ମଞ୍ଜରେକର ଦେବେ ଫିଲ୍ମର ନିର୍ଦ୍ଦେଶନା

29/05/2021 at 9:00 AM

ମୁମ୍ବାଇ ୨୯/୦୫: ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାଭରକରଙ୍କ ଗତକାଲି ୧୩୮ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମ ନିର୍ମାତା ସନ୍ଦୀପ ସିଂ ଘୋଷଣା କରିଛନ୍ତି ଯେ ସେ ବୀର ସାଭରକର ବାୟୋପିକ୍ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନାମ ହେଉଛି ‘ସ୍ୱତନ୍ତବୀର ସାଭରକର’। ଏହାର ନିର୍ଦ୍ଦେଶନା ଦେବେ ମହେଶ ମଞ୍ଜରେକର।

ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇସାରିଛି। ସନ୍ଦୀପ ସିଂ ପୋଷ୍ଟର ସହିତ କ୍ୟାପସନରେ ଲେଖିଛନ୍ତି- ସ୍ୱାଧୀନତାର ଇତିହାସର ସମ୍ପୂର୍ଣ୍ଣ କଥା ଜାଣିବା ଏବେ ବାକି ଅଛି।  ଖୁବ୍ ଶୀଘ୍ର “ସ୍ୱତନ୍ତବୀର ସାଭରକର”ଙ୍କୁ ଭେଟିବେ ।

ସନ୍ଦୀପ ସିଂ ଲେଖିଛନ୍ତି ‘ବୀର ସାଭରକରଙ୍କ ସମ୍ମାନ ଏବଂ ଆଲୋଚନା ଦୁଇଟି ଯାକ ସମାନ ଭାବରେ କରାଯାଏ। କିନ୍ତୁ ତାଙ୍କୁ ଆଜି ଏକ ପୋଲାରାଇଜିଂ ଚେହେରା କରି ଦିଆଯାଇଛି । କିନ୍ତୁ ମୁଁ ଭାବୁଛି ଏହା ଏଥିପାଇଁ କାରଣ ଲୋକମାନେ ଏହା ବିଷୟରେ ଅଧିକ ଜାଣନ୍ତି ନାହାଁନ୍ତି । ସେ ଆମର ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ। ଆମର ପ୍ରୟାସ ହେଉଛି ତାଙ୍କ ଜୀବନ ଏବଂ ଯାତ୍ରା ବିଷୟରେ ଏକ ଝଲକ ଦେଖାଇବା। ‘

   Related Posts