ବିଶ୍ବ ପ୍ରସିଦ୍ଧ ରଥଯାତ୍ରା : ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Published By : Prameya-News7 Bureau | June 23, 2020 IST

ପୁରୀ ୨୩।୦୬ :  ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇପଡିଛି । ସମସ୍ତ ନୀତି ସଅଳ ସାରିବାକୁ ଯୋଜନା ରହିଛି । ମହାପ୍ରଭୁ ଖେଚୁଡି ଭୋଗ ଖାଇସାରିବା ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି । ପୂର୍ବ ନୀତିନିର୍ଘଣ୍ଟ ଅନୁସାରେ ରଥ ପ୍ରତିଷ୍ଠା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ମୁତାବକ ପହଣ୍ଡି ଆରମ୍ଭ ହୋଇଯାଇଛି । ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି ।  ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ କରିଛନ୍ତି । ପରେ ପରେ ପ୍ରଭୁ ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ ହୋଇଛନ୍ତି । ପୂର୍ବାହ୍ନ ୧୦ଟା ମଧ୍ୟରେ ପହଣ୍ଡି ଶେଷ ହେବ । ଏହାପରେ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ହୋଇ ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ରଥଟଣା ଯୋଜନା ରହିଛି । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ହେବ । ତେବେ ଗୋଟିଏ ପଟେ ରଥଯାତ୍ରା ନେଇ ପୁରୀ ଚଳଚଞ୍ଚଳ ହୋଇଥିବା ବେଳେ ଅନ୍ୟପଟେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ଅନ୍ତଜାର୍ତୀୟ ଖାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବେଳେଭୁମିରେ ମହାପ୍ରଭୁ ଜଗନ୍ନାଥ ଓ ରଥ ଚିତ୍ର ବାଲୁକା କଳା ମାଧ୍ୟରେ ପ୍ରଦର୍ଶିତ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.