ଚନ୍ଦନ ତସ୍କର ବିରାପ୍ପାନ୍‌‌ଙ୍କ ଝିଅ ବିଦ୍ୟା ବିଜେପି ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ନିଯୁକ୍ତ

Published By : Prameya-News7 Bureau | July 19, 2020 IST

ଚେନ୍ନାଇ ୧୯/୦୭ : ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକାରୀ କମିଟିରେ ବଡ ପରିବର୍ତ୍ତନ କରାଯାଇଛି | କୁଖ୍ୟାତ ଚନ୍ଦନ ତସ୍କର ବିରପ୍ପାନର ଝିଅ ବିଦ୍ୟା ରାଣୀଙ୍କୁ ଦଳ ବଡ ଦାୟିତ୍ୱ ଦେଇଛି | ବିଦ୍ୟା ରାଣୀଙ୍କୁ ବିଜେପି ୟୁଥ ୱିଙ୍ଗର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି | ବିଦ୍ୟା ଚଳିତ ବର୍ଷ ବିଜେପିରେ ସାମିଲ ହୋଇଥିଲେ | ଏତେ ଶୀଘ୍ର ଏତେ ବଡ ଦାୟିତ୍ୱ ଦିଆଯାଇଥିବାରୁ ବର୍ତ୍ତମାନ ସମସ୍ତଙ୍କ ନଜର ବିଦ୍ୟାଙ୍କ ଉପରେ | ତାମିଲନାଡୁରେ ବର୍ତ୍ତମାନ ଜଣେ ବି ବିଜେପି ବିଧାୟକ ନାହାନ୍ତି | ଏହିଭଳି ପରିସ୍ଥିତିରେ ବିଦ୍ୟା କ୍ଷମତାଧିନ ଏଆଇଏଡିଏମକେ କିମ୍ବା ମଜବୁତ ପ୍ରାର୍ଥୀ ପେସ କରିଥିବା ବିରୋଧୀ ଦଳ ଡ଼ିଏମକେ ଜାଗାରେ ବିଜେପିରେ ସାମିଲ ହେବାକୁ କାହିଁକି ନିଷ୍ପତ୍ତି ନେଲେ ଏବଂ ଦଳ ପାଇଁ ତାଙ୍କର ଯୋଜନା କଣ ସେ ସମ୍ପର୍କରେ କହିଛନ୍ତି |

ଇଂରାଜୀ ୱେବସାଇଟ ରେଡିଫ ଡଟ କମ ସହ ସାକ୍ଷାତକାରରେ ବିଦ୍ୟା ବିଜେପିରେ ସାମିଲ ହେବାର କାରଣ କହିଛନ୍ତି | ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ବହୁତ ପସନ୍ଦ କରନ୍ତି | ସେଥିପାଇଁ ସେ ବିଜେପିରେ ସାମିଲ ହୋଇଛନ୍ତି | ମୋଦି ଅତ୍ୟନ୍ତ ଦୃଢ଼ମନା ଏବଂ ସେ ସବୁବେଳେ ଠିକ୍ କାମ କରନ୍ତି ବୋଲି ବିଦ୍ୟା କହିଛନ୍ତି | ମୋଦି ସବୁବେଳେ ଆକ୍ଟିଭ ରହନ୍ତି ବୋଲି ମଧ୍ୟ ସେ କହିଛନ୍ତି | ତାଙ୍କୁ ପଚରାଯାଇଥିଲା ଯେ ଏଆଇଏଡିଏମକେ କିମ୍ବା ଡ଼ିଏମକେ ଭଳି ପୁରୁଣା ଦଳରେ ସେ କାହିଁକି ସାମିଲ ହେଲେନାହିଁ | ଜବାବରେ ବିଦ୍ୟା କହିଥିଲେ ଯେ ବିଜେପିରେ ସାମିଲ ହେବାକୁ ତାଙ୍କ ପାଖକୁ କଲ ଆସିଥିଲା ଏବଂ ଏହା ତାଙ୍କ ପାଇଁ ସମ୍ମାନଜନକ ଥିଲା |

{"id":302592,"sizeSlug":"large"}

୨୯ ବର୍ଷ ବୟସ୍କ ବିଦ୍ୟା ରାଣୀ ସ୍ନାତକ ପରେ ସେ ଏଲଏଲବି କରିଛନ୍ତି | ସେ ପୂର୍ବରୁ ହିଁ ସମାଜ ସେବା କରନ୍ତି ଏବଂ ଦଳରେ ସାମିଲ ହେବାପରେ ଲୋକଙ୍କ ସେବା କରିବାକୁ ତାଙ୍କୁ ଆଉ ଏକ ମଉକା ମିଳିଛି ବୋଲି ସେ କହିଛନ୍ତି | ତାଙ୍କୁ ପଚରାଯାଇଥିଲା, ରାଜନୀତିକୁ ଆସିବାପରେ ଅନ୍ୟ ଦଳ ନେତା ତାଙ୍କ ପିତାଙ୍କ ପ୍ରସଙ୍ଗ ନେଇ ତାଙ୍କୁ ହମଲା କରିବେ କି ? ଜବାବରେ ସେ କହିଥିଲେ, ସମସ୍ତେ ତାଙ୍କ ପିତାଙ୍କ ସମ୍ପର୍କରେ ଜାଣିଛନ୍ତି, ପିତାଙ୍କ ସମ୍ପର୍କରେ କିଛି ନୂଆ ନୁହେଁ, ସେ ସବୁବେଳେ ତାଙ୍କ ପିତା ହିଁ ରହିବେ, କିଏ କଣ କହିଲେ ତାଙ୍କ ସମ୍ପର୍କ ଭାଙ୍ଗି ଯିବନି କି ସତକୁ ଏଡାଇ ଦିଆଯାଇପାରିବ ନାହିଁ | ସେ ବିକାଶ କାମରେ ଧ୍ୟାନ ଦେବେ ବୋଲି କହିଥିଲେ | 

୧୯୮୭ ମସିହାରେ ବିରପ୍ପାନ ଜଣେ ଫରେଷ୍ଟ ଅଫିସରଙ୍କୁ ଅପହରଣ କରିଥିଲା | ସେତେବେଳେ ସାରା ଦେଶ ଏହି ଖବରରେ ଦୋହଲି ଯାଇଥିଲା | ସେ ଏକ ପୋଲିସ ଟିମକୁ ବୋମାରେ ଉଡାଇ ଦେଇଥିଲା ଯେଉଁଥିରେ ୨୨ ଜଣ ପ୍ରାଣ ହରାଇଥିଲେ | ପୁଣି ୨୦୦୦ ମସିହାରେ ବିରପ୍ପାନ କନ୍ନଡ଼ ଫିଲ୍ମ ଅଭିନେତା ରାଜକୁମାରଙ୍କୁ ଅପହରଣ କରିଥିଲା | ରାଜକୁମାରଙ୍କୁ ଛାଡିବା ପାଇଁ ସେ ୫୦ କୋଟି ଟଙ୍କା ଦାବି କରିଥିଲା | ୨୦୦୪ ମସିହା ଅକ୍ଟୋବର ୧୮ ତାରିଖରେ ପୋଲିସ ବିରପ୍ପାନକୁ ଏନକାଉଣ୍ଟର କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.