ଜାଲିଆତିରେ ବାଲି ଟ୍ରକ , ଜବତ କଲା ବାଲିପାଟଣା ତହସିଲ
5/12/2019 at 3:07 PM

ବାଲିପାଟଣା ୫/୧୨: ଅପରେସନ୍ ସ୍ୟାଣ୍ଡ ପରେ ବାଲିପାଟଣା ତହସିଲ୍ ସଜାଗ ହୋଇଛି । ବେଆଇନ୍ ଭାବେ ଯାତାୟତ କରୁଥିବା ବାଲି ବୋଝେଇ ଟ୍ରକ୍ କୁ ବାଲିପାଟଣା ପୋଲିସ ସହାୟତାରେ ଜବତ କରିଛି ବାଲିପାଟଣା ତହସିଲ ।

ବିନା କାଗଜପତ୍ରରେ ବାଲି ବୋଝେଇ ଟ୍ରକ୍ ବାଲିପାଟଣାରେ ଯାତାୟତ କରୁଥିଲା। ଯାହା ବିରୋଧରେ କାର୍ଯ୍ୟ।ନୁଷ୍ଠାନ ନେଇଛି ତହସିଲ ପ୍ରଶାସନ । ଆଗକୁ ଏଭଳି କାର୍ଯ୍ୟ।ନୁଷ୍ଠାନ ଜାରି ରହିବ ବୋଲି କହିଛି ତହସିଲ ପ୍ରଶାସନ ।
