ବିନା କାଗଜପତ୍ରରେ ବାଲି ଚୋରା ଚାଲାଣ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

Published By : Prameya-News7 Bureau | December 03, 2019 IST

ପାଲଲହଡା ୦୩।୧୨: ବିନା କାଗଜ ପତ୍ରରେ ଚୋର ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ।   ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳୀ ଥାନା ସୁସୁବା ଗାଁର ବ୍ରାହ୍ମଣି ନଦୀ ରୁ ବିନା ଟେଣ୍ଡର  ଓ ବିନା ସରକାରୀ କାଗଜପତ୍ରରେ ବାଲିଚାଲାଣ କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

{"id":193174,"sizeSlug":"large"}

ସୂଚନାଯୋଗ୍ୟ ଯେ, କିଛି ଲୋକ ସ୍ଥାନୀୟ ତହସିଲଦାରଙ୍କ ସହ ମିଶି ନଦୀରୁ ମେସିନ ସାହାଯ୍ୟରେ ଟ୍ରକ ଓ ଟ୍ରାକ୍ଟରରେ  ବାଲି ଚୋରାଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଲି ଚୋରା ଚାଲାଣ ହେବାରୁ ନିକଟସ୍ଥ ଗାଁର ଫସଲ ନଷ୍ଟ ହେବା ସହ ବର୍ଷା ଦିନେ ଗାଁ ଭିତରକୁ ପାଣି ପଶି ଆସୁଥିବା ଗ୍ରାମବାସୀମାନେ କହିଛନ୍ତି ।

{"id":193175,"sizeSlug":"large"}

ସ୍ଥାନୀୟ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହାଁ। ଆର୍‌.ଟି.ଆଇରେ ତଥ୍ୟ  ମାଗିଲେ ମଧ୍ୟ ମିଳୁନାହିଁ ।  ଶେଷରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା କଥା କହିଛନ୍ତି । ବାଲି ଚୋରାଚାଲାଣ ହେଉଥିବା କଥା  ସ୍ଥାନୀୟ ତହସିଲଦାର  ଓ ପୋଲିସ ପ୍ରଶାସନ ଜାଣି ମଧ୍ୟ ଚୁପ୍ ରହୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.