ସୀମା ବିବାଦ ପରେ ବାଲି ଟେନସେନ୍ ! ଓଡିଶାରେ ପଶି ବାଲି ବୋହି ନେଉଛନ୍ତି ଆନ୍ଧ୍ର ଓ ପଶ୍ଚିମବଙ୍ଗ, ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ

Published By : Prameya-News7 Bureau | February 26, 2021 IST

ଭୁବନେଶ୍ଵର ୨୬।୦୨: ସୀମା ବିବାଦ ପରି ଓଡ଼ିଶା ପାଇଁ ଟେନସେନ ବଢାଇଲାଣି ବାଲି ଚାଲାଣ । ଆନ୍ଧ୍ର ଓ ପଶ୍ଚିମବଙ୍ଗ ଓଡ଼ିଶାରେ ଜୋରଜବରଦସ୍ତି ପଶି ବାଲି ବୋହି ଚାଲିଛନ୍ତି । ଏପଟେ ଆଜି ବାଲି ପରିବହନକୁ ନେଇ ବିଧାନସଭାରେ ତତଲା ପବନ ବହିଛି। ଏନେଇ ସ୍ପଷ୍ଟ ନୀତି ପ୍ରଣୟନ ପାଇଁ ଦାବି କରିଛନ୍ତି ବିରୋଧୀ । ମାଫିଆରାଜ୍‌କୁ ନେଇ ବିରୋଧୀ ଗୃହରେ ଆଜି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହାର ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ।

ଗୋଟିଏ ପଟେ ଆନ୍ଧ୍ର, ଅନ୍ୟ ପଟେ ପଶ୍ଚିମବଙ୍ଗ । ଗୋଟିଏ ପଟେ ଋଷିକୁଲ୍ୟା, ଅନ୍ୟ ପଟେ ସୁବର୍ଣ୍ଣରେଖା । ଓଡ଼ିଶାର ନଦୀର ଛାତିକୁ ଚିରି ଆନ୍ଧ୍ର ଓ ପଶ୍ଚିମବଙ୍ଗ ନିତିଦିନ ଲୁଟୁଛନ୍ତି ଶହଶହ ଟ୍ରକ୍ ବାଲି । କିନ୍ତୁ ସ୍ଥାନୀୟ ପ୍ରଶାସନର ଆକ୍ସନ କଥା ଛାଡନ୍ତୁ, ସେଥିପ୍ରତି  ନିଘା ବି ନାହିଁ । ଏମିତି ଦୃଶ୍ୟ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଶହଶହ ଟ୍ରକଙ୍କ ଭିଡ ଜମୁଛି। ଋଷିକୁଲ୍ୟା ନଦୀର ବିଭିନ୍ନ ବାଲି ସୈରାତରୁ ବେଆଇନ ଭାବେ ବାଲି ନେଇ ଆନ୍ଧ୍ର ପ୍ରଦେଶରେ ଏଣ୍ଟ୍ରି ପାଇଁ ଅପେକ୍ଷା କରି ରହୁଛନ୍ତି। ଶୂନଶାନ୍ ରାତିରେ ଲୌହଦାନବ ପରି ଗର୍ଜନ କରି କାମରେ ଲାଗିଛନ୍ତି ଜେସିବି । ଏହିଭଳି ଭାବେ ଦୈନିକ କୋଟିକୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିଲେ ମଧ୍ୟ ପଦପଦବୀରେ ଥିବା ବାବୁମାନେ ନିଘୋଡ ନିଦରେ ଶୋଇଛନ୍ତି।

{"id":415179,"sizeSlug":"large","linkDestination":"none"}

ଏହା ଭିତରେ ମାଫିଆଙ୍କ ଚେର ବି ଲମ୍ବି ଲମ୍ବି ଚାଲିଛି।  ବାଲି ଚୋରାଚାଲାଣ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଗତକାଲି ସୁବର୍ଣ୍ଣରେଖା ନଦୀ ପଠା ମାପିଛନ୍ତି ଓଡ଼ିଶା ଓ ପଶ୍ଚିବଙ୍ଗର ଅଧିକାରୀମାନେ। ଏଣେ କିନ୍ତୁ ଗଞ୍ଜାମରେ ବର୍ଷ ବର୍ଷ ଧରି ଚାଲିଛି ବାଲି ଚାଲାଣ।

ଆଉ ଏପଟେ ବିଧାନସଭାକୁ ପଶିଛି ବାଲିଝଡ଼ । ବାଲି ପରିବହନ ପାଇଁ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ଦାବି କରିଛି ବିଜେପି। ବାଲି ପରିବହନ ପାଇଁ ସ୍ପଷ୍ଟ ନୀତି ନଥିବାରୁ ଅନ୍ୟ ରାଜ୍ୟକୁ ବେଧଡ଼କ ଚୋରାଚାଲାଣ ହେଉଛି। ଗାଁରେ ଗରିବ ଲୋକ ଟ୍ରାକ୍ଟରରେ ବାଲି ଆଣିବା ବେଳେ ୫୦ ହଜାର ଟଙ୍କା ଫାଇନ ପକାଉଛନ୍ତି । କିନ୍ତୁ ମାଫିଆ ବାଲି ନେବା ବେଳେ ଫାଇନ ପଡୁନି।

{"id":415180,"sizeSlug":"large","linkDestination":"none"}

ବାଲି ଚୋରଚାଲାଣ ପାଇଁ ରାଜ୍ୟ ସରକାର ବର୍ଷକୁ ୧୪ହଜାର କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେପଟେ ବାଲି ନୀତି ଚିଠା ପ୍ରସ୍ତାବ ଏବେ ଚୂଡାନ୍ତ ପର୍ଯାୟରେ ରହିଥିବା ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । କରୋନା ପାଇଁ ବାଲି ନୀତି ପ୍ରଣୟନ କରିବାରେ ବିଳମ୍ବ ହେଉଥିବା କହିଛନ୍ତି। ଚୋରା ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଆର.ଆଇ, ଅମିନଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ବାଲି ଚୋରା ଚାଲାଣ ରୋକିବାକୁ ଉଦ୍ୟମ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ଗୃହ ରେ ଉତ୍ତର ରଖିଛନ୍ତି।

{"id":415181,"sizeSlug":"large","linkDestination":"none"}

ବାଲି ଚାଲାଣ ନେଇ ବାରମ୍ବାର ଖବର ପ୍ରସାରଣ କରିଛି ନ୍ୟୁଜ ସେଭେନ୍ । ଗଞ୍ଜାମରେ ମ୍ୟାଜିକ୍ ପେନ୍ରେ ବାଲି ଚଳୁ ହେଉ କି ଗଜପତି ଓ ବାଲେଶ୍ବରରେ ମାଫିଆଙ୍କ ରାଜ୍ । ବାଲିକୁ ନେଇ ଚାଲିଥିବା ପୂରା ଖେଳର କଚ୍ଚାଚିଠା ଦେଖାଇବା ସହ ସିଷ୍ଟମ ଉପରେ ପ୍ରଶ୍ନବାଚୀ ଲଗାଇଛି । ଏତେ ସବୁ ପରେ ବି ବାବୁମାନେ ନଚେତିଲେ ରାଜ୍ୟ ଏଭଳି ଭାବେ ରାଜସ୍ଵ ହରାଇ ଚାଲିବା ଥୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.