ରାଜସ୍ଥାନରୁ ଦିଲ୍ଲୀ ଏନସିଆରକୁ ମାଡି ଆସୁଛି ବିପଦ, ଜାଣନ୍ତୁ କ'ଣ ହେବ

Published By : Prameya-News7 Bureau | April 29, 2019 IST

ନୂଆଦିଲ୍ଲୀ ୨୯।୪ :  ଦିଲ୍ଲୀ ଏନସିଆରକୁ ରାଜାସ୍ଥାନରୁ ମାଡି ଆସୁଛି ବିପଦ। ଏହି ବିପଦର ସୂଚନା ଏବେଠାରୁ ଜାତୀ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ମଳିବାକୁ ଲାଗିଲାଣି । ମଙ୍ଗଳବାର ଅଥବା ବୁଧବାର ସୁଧା ଦିଲ୍ଲୀ ଓ ଆଖପାଖରେ ଧୂଳି ଝଡର ସୂଚନା ଦେଇଛନ୍ତି ପାଣି ପାଗ ବିଭାଗ। ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଏବେ ଧୂଳି ଝଡ ହେଉଛି । ଏଣୁ ଆକାଶରେ ଉଡୁଥିବା ଧୂଳି ରାଜଧାନୀରେ ପହଞ୍ଚିବାରେ ଲାଗିଛି ।

{"id":108883,"width":583,"height":144}

ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ବାୟୁର ବେଗ ସାମାନ୍ୟ ଅଧିକ ରହୁଥିବାରୁ ରାଜାଧାନୀରେ ଗ୍ରୀଷ୍ମର ପ୍ରକୋପ ସାମାନ୍ୟ ହ୍ରାସ ହୋଇଛି । ତଥାପି ଗରମ ଓ ଗୁଳଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ତେବେ ପାଣିପାଗ ବିଭାଗଙ୍କ ଧୂଳି ଝଡ ସୂଚନା ଦିଲ୍ଲୀବାସୀଙ୍କୁ ଆତଙ୍କିତ କରିଛି ।  ପବନରେ ଅଧିକ ଧୂଳିକଣାକୁ ନେଇ ରାଜଧାନୀବାସୀ ଚିନ୍ତାରେ ରହୁଥିବା ବେଳେ ଧୂଳିଝଡ ସୂଚନା ମିଳିବା ପରେ ଲୋକେ ଚିନ୍ତିତ ହୋଇପଡିଛନ୍ତି ।

{"id":108884}

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଦ୍ବାରା ଜାରି ବୁଲେଟିନରୁ ଦିଲ୍ଲୀର ଏୟାର ଇଣ୍ଡେକ୍ସ ଏବେ ୨୬୪ ଆଖପାଖରେ ରହୁଛି । ଏଥିରେ ରାଜସ୍ଥାନର ଧୂଳି ରାଜଧାନୀବାସୀଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିବ ବୋଲି ଅନୁମାନ କରାଗଲାଣି। ପ୍ରଦୂଷଣ ସ୍ତର ଆହୁରି ବିପର୍ଯ୍ୟସ୍ତ ହେବା ସହ ଦିଲ୍ଲୀ ଓ ଏନସିଆରରେ ବସବାସ କରୁଥିବା ଲୋକଙ୍କୁ ଗ୍ରୀଷ୍ମ ଋତୁରେ ଅଧିକ କଷ୍ଟ ଭୋଗିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.