ବେଆଇନ ବାଲି ଚାଲାଣ ବେଳେ ଚଢଉ କଲେ ଜିଲ୍ଲାପାଳ, ୩୦ ଟ୍ରକ୍ ଜବତ

Published By : Prameya-News7 Bureau | June 01, 2021 IST

ଖଲ୍ଲିକୋଟ,୦୧/୦୬:   ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ଘାଟରୁ ବେଆଇନ ଭାବେ ବାଲି ଚାଲଣ ହେଉଥିବା  ଜିଲ୍ଲାପାଳଙ୍କ ଚଢଉ । ଜବତ ହେଲା ୩୦ଟି ବାଲି ବୋଝେଇ ଟ୍ରକ୍ ।

ସୂଚନା ଅନୁସାରେ, ଋଷିକୁଲ୍ୟା ନଦୀ ଘାଟରୁ ଅନେକ ସମୟରେ ବେଆଇନ ଭାବେ ବାଲି ଚୋରାଚାଲାଣ ନେଇ ଅଭିଯୋଗ ଆସୁଛି । କୌଣସି ସୂତ୍ରରୁ ଖବର ପାଇ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିଜେ ସୋମବାର ରାତିରେ ଘାଟରେ ଚଢଉ କରିଥିଲେ । ଏହାସହ ୩୦ଟି ବାଲି ବୋଝେଇ ଟ୍ରକକୁ ଜବତ କରିଛନ୍ତି । ୩୦ଟି ଗାଡିରୁ ୬ଟି ଗାଡି  ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରୁ ଦୈନିକ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ଅଭିଯୋଗ ଆସୁଥିଲା । ଏହା ପରେ ନିଜେ ରାତ୍ରରେ ହୁମା ନିକଟରେ ଚଢ଼ଉ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.