ଚୀନ ଉପରେ ବଢୁଛି ଷଣ୍ଢୁଆସୀ ଚାପ: ଉହାନକୁ ତଦନ୍ତକାରୀ ଟିମ୍‌ ପଠାଇବାକୁ ଆମେରିକାର ଘୋଷଣା

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ୨୧/୪: କରୋନା ଭାଇରସ ସଂକ୍ରମଣ ନେଇ ଆମେରିକା ଚୀନକୁ ଧମକ ଦେବା ପରେ ଏବେ ବିଭିନ୍ନ ଦେଶ ଚୀନ ଉପରେ ଚାପ ପକାଇବାରେ ଲାଗିଛନ୍ତି। କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରି ଏମାନେ କ୍ଷତିପୂରଣ ମଧ୍ୟ ଦାବି କରିବାରେ ଲାଗିଛନ୍ତି। ଚାଇନା ଭାଇରସ ପାଇଁ ସାରା ଦେଶ ସଙ୍କଟରେ। ଆଉ ଏବେ ଚୀନ ଉପରେ ପଢୁଛି ଷଣ୍ଢୁଆସୀ ଚାପ। ପ୍ରଥମେ ଆମେରିକା ରାଷ୍ଟ୍ରପତି ସିଧା ଚୀନକୁ ଆକ୍ଷେପ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧା ଆକ୍ଷେପ କରି କହିଥିଲେ ଯଦି କରୋନା ସଂକ୍ରମଣ ରୋକିବାରେ ଚୀନର ଅବହେଳା ଯଦି ପ୍ରମାଣିତ ହୁଏ ତେବେ ଏହାର ଫଳାଫଳ ଭୟଙ୍କର ହେବ। ଏପରିକି ଆମେରିକା ଏକ ତଦନ୍ତକାରୀ ଦଳ ଉହାନ ପଠାଇବାକୁ ଘୋଷଣା କରିଥିବା ବେଳେ ଚୀନ କିନ୍ତୁ ଏହାକୁ ସିଧ୍ୟା ପ୍ରତ୍ୟାଖ୍ୟାନ କରିଦେଇଛି। ଚୀନ ନିଜେ ଏହି ଭାଇରସ ସଙ୍କଟର ଶିକାର ହୋଇଥିବା ଦର୍ଶାଇ ବାରମ୍ବାର କଥାକୁ ଟାଳି ଚାଲିଛି କିନ୍ତୁ ଆମେରିକା ପରେ ପରେ ଏବେ ବିଭିନ୍ନ ଦେଶ ଚୀନ ଉପରେ ଚାପ ପକାଇବାରେ ଲାଗିଛନ୍ତି।

ଆମେରିକାର ଫ୍ଲୋରିଡାର ଏକ ଲ ଫାର୍ମ ଚୀନ ବିରୋଧରେ ଏକ ଆବେଦନ ଦାଖଲ କରିଥିବା ବେଳେ ଏଥିରେ ହଜାର ହଜାର ଲୋକ ଦସ୍ତଖତ କରିଛନ୍ତି । ଚୀନ କ୍ଷତିପୂରଣ ଦେବା ଲାଗି ଏଥିରେ ଦାବି କରାଯାଇଛି। ଏହି କ୍ରମଣରେ ଭାରତର ଜଣେ ଆଇନଜୀବୀ ଆନ୍ତର୍ଜାତିକ ନ୍ୟାୟାଳୟରେ ଏକ ଆବେଦନ କରିଛନ୍ତି। ମୁମ୍ବାଇ ହାଇକୋର୍ଟର ଆଇନଜୀବୀ ଆଶିଷ ସୋହାନି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟରେ ଆବେଦନ କରିଛନ୍ତି। ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ କରୋନା ସଂକ୍ରମଣରେ ଚୀନର କାର୍ଯ୍ୟଧାରା ମାନବଜାତି ବିରୋଧରେ ଜଘନ୍ୟ ଅପରାଧ।

{"id":257977,"sizeSlug":"large"}

ଏଥିପାଇଁ ଚୀନ ୧୯୦ ଲକ୍ଷ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ନିଜ ଆବେଦନରେ ଦାବି କରିଛନ୍ତି ସୋହାନି।  ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ- ଆଇସିସି ତାଙ୍କର ଏହି ଆବେଦନକୁ ବିଚାରାଧୀନ ରଖିଛନ୍ତି। ସେହିପରି ଚୀନ ବିରୋଧରେ ଭାରତର ସୁପ୍ରିମକୋର୍ଟରେ ମଧ୍ୟ ସେ ସମାନ୍ତରଣଳ ମାମଲା ରୁଜୁ କରିଛନ୍ତି। ସେପଟେ  ଜର୍ମାନୀ ମଧ୍ୟ ଚୀନ ବିରୋଧରେ କ୍ଷତିପୂରଣ ଦାବି କରି ନୋଟିସ ପଠାଇଥିବା ଖବର ପ୍ରକାଶ ପାଇଛି।

ଜର୍ମାନୀ ଚୀନ ନିକଟରୁ ୧୩୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦାବି କରିଥିବା ୟୁରୋପର ପ୍ରମୁଖ ଖବର କାଗଜ ଏକ୍ସପ୍ରେସ ୟୁକେ ପ୍ରକାଶ କରିଛି। କରୋନା ଭାଇରସ ଯୋଗୁଁ ଜର୍ମାନୀର ଜନସାଧାରଣଙ୍କ ସ୍ବାସ୍ଥ୍ୟଗତ କ୍ଷତି ସହିତ, ବ୍ୟାବସାୟିକ କ୍ଷତି ହୋଇଛି।  ଏଥିପାଇଁ ଚୀନ ହିଁ ଦାୟୀ। ତେଣୁ ଚୀନ ଏହି କ୍ଷତିପୂରଣ ଦେବାକୁ ଜର୍ମାନୀ ଦାବି କରିଥିବା ଏକ୍ସପ୍ରେସ ୟୁକେ ପ୍ରକାଶ କରିଛି।

{"id":257978,"sizeSlug":"large"}

ସେହିପରି ଜର୍ମାନିର ଖବର କାଗଜ ବ୍ଲିଣ୍ଡର ସମ୍ପାଦକ ସିଧା ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କ ନିକଟକୁ ସମ୍ପାଦକୀୟ ପତ୍ର ଲେଖି ବିଶ୍ବରେ ହେଉଥିବା କ୍ଷତି ପାଇଁ ଜିଙ୍ଗପିଙ୍ଗଙ୍କୁ ଦାୟୀ କରିଛନ୍ତି। ଅବଶ୍ୟ ଚୀନ ଏମ୍ବାସି ଏହାକୁ ନେଇ ଆପତ୍ତି ଦର୍ଶାଇଛି। ଚୀନ କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହେବାରୁ ଏହା ସାରା ବିଶ୍ବ ପାଇଁ ବିପଦ ସୃଷ୍ଟି କଲା ବୋଲି ଫ୍ରାନ୍ସ ଓ  ବ୍ରିଟେନ ଦାୟୀ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମଧ୍ୟ କରୋନା ଭାଇରସର ଉତ୍ପତ୍ତି ଏବଂ ଏହାର ସଂକ୍ରମଣ ଧାରାର ତଦନ୍ତ ଦାବି କରିଛି। କରୋନା ସଙ୍କଟର ମୁକାବିଲାରେ ଚୀନର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଅଷ୍ଟ୍ରେଲିଆ କହିଛି। ଗୋଟିଏ ପରେ ଗୋଟିଏ ଦେଶ ଚୀନ ଉପରେ ଚାପ ପକାଉଥିବା ବେଳେ ଚୀନ ଭିକ୍ଟିମ୍ ଦେଶ କହି କଥାକୁ ଟାଳି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.