କାର୍ଯ୍ୟରତ କନେଷ୍ଟବଳଙ୍କୁ ବାଲି ମାଫିଆଙ୍କ ନାଲିଆଖି, ଭିଡିଓ ଭାଇରାଲ୍

Published By : Prameya-News7 Bureau | September 25, 2019 IST

ଝାରସୁଗୁଡା ୨୫।୯: ବାଲି ମାଫିଆଙ୍କ କାର୍ଯ୍ୟରତ କନେଷ୍ଟବଳଙ୍କୁ ନାଲିଆଖି । ଏ ସମ୍ପର୍କିତ ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣା ଜଣା ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରାଫିକ କଟକଣା ସତ୍ତ୍ୱେ ଏକ ଟ୍ରକ୍ ବଢ଼େଇମୁଣ୍ଡା ଛକରେ ପହଞ୍ଚିଥିଲା।ସେଠାରେ କାର୍ଯ୍ୟରତ କନେଷ୍ଟବଳ ଓ ଦୁଇଜଣ ଘରୋଇ କମ୍ପାନୀର ନିରାପତ୍ତାରକ୍ଷୀ ଗାଡିକୁ ଫେରାଇ ନେବାକୁ କହିବାରୁ ଡ୍ରାଇଭର ମାଲିକଙ୍କୁ ଡକାଇଥିଲା। ଘଟଣାସ୍ଥଳରେ ମାଲିକ ପହଞ୍ଚି କାହିଁକି ତାଙ୍କ ଗାଡିକୁ ଅଟକାଗଲା ବୋଲି ବଡ ପାଟିରେ ହୋ ହାଲ୍ଲା କରି ଜିଲ୍ଲା ଏସପିଙ୍କ ଠାରୁ ଆରମ୍ଭ କରି ତଳିଆ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଟଙ୍କାରେ କିଣିବା ସହ ସେମାନଙ୍କ ପରିବାର ନାଁରେ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ।

ଏ ସମ୍ପର୍କିତ ଭିଡିଓ ଆଜି ଝାରସୁଗୁଡାରେ ଭାଇରାଲ ହେବା ପରେ ଜିଲ୍ଲା ଏସପି ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ଝାରସୁଗୁଡା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାଇରାଲ ଭିଡ଼ିଓରେ ପୋଲିସକୁ ଗାଳି ଦେଉଥିବା ଗାଡି ମାଲିକ ସୌରଭ ପଟେଲ ଜଣେ ବାଲି ବ୍ୟବସାୟୀ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.