Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦିନକୁ ଦିନ ବୃଦ୍ଧି ପାଉଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ, ପ୍ରଶାସନକୁ ଦେଉଛନ୍ତି ଖୁଲମଖୁଲା ଚ୍ୟାଲେଞ୍ଜ୍

2/10/2020 at 10:31 PM

ନୀଳଗିରି,୨/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି। କିନ୍ତୁ ପ୍ରଶାସନ ତରଫରୁ ପୋଲିସକୁ ଦୋଷ ଦେଇ ହାତ ଟେକି ବସିଥିବା ଅଭିଯୋଗ ଉଠିଥିଲା।ସବୁ ଖବର ଥାଇ ମଧ୍ୟ ଜିଲ୍ଲାପାଳ କଣ ପାଇଁ ଚୁପ କଣପାଇଁ ବୋଲି ଅଞ୍ଚଳବାସୀ ଆଙ୍ଗୁଳି ମଧ୍ୟ ଉଠାଇଥିଲେ। ଶେଷରେ ଆଜି ନୀଳଗିରି ତହସିଲଦାର ଅଶେଷ ନାୟକ ଗଛିତ ଥିବା ବାଲି ସ୍ଥାନରେ ଚଢ଼ାଉ କରିଥିଲେ । ତେବେ ଜବତ ବାଲିକୁ ଆଣିବାକୁ ଯାଇଥିବା ଟ୍ରକ ଓ ମେସିନକୁ ଫେରାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ନୀଳଗିରି ତହସିଲ ଅଧିନ କାଠପାଳ, ପୁନଦାଳ, କୋଲହାପାଳ ଅଂଚଳରେ ସକ୍ରିୟ ହୋଇଉଠିଛନ୍ତି ବାଲି ମାଫିଆ।ସେହି ଅଂଚଳର କରଞ୍ଜିଆ,କୋଲହାପାଳ ଗ୍ରାମର କିଛି ଗ୍ରାମବାସୀ ଙ୍କୁ ଢାଲ କରି ବାଲି ଚୋରି କରି ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ଯେତେବେଳେ ଟ୍ରାକ୍ଟର ସହ ବାଲି ଜବତ ହୁଏ ଖାଲି ଫାଇନ ଆଦୟ କରି ରହିଯାଏ ରାଜସ୍ୱ ବିଭାଗ। ଗାଡିମାଲିକ ସହ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ ନକରି କଣ ପାଇଁ ଛାଡି ଦେଇଥାଏ ଏନେଇ ଆଙ୍ଗୁଳି ଉଠିଛି। ପୁଣି ସେମାନେ ପ୍ରୋତ୍ସାହନ ପାଇ ବାଲି ଲୁଟ କରିବାରେ ଲାଗିପଡନ୍ତି। ସେହିପରି ତତ୍କାଳୀନ ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ବାଲିମାଫିଆ ଆକ୍ରମଣ ଓ ଦୁର୍ବ୍ୟବହାରର ଅଭିଯୋଗ ପାଇ ପୋଲିସ ହାତରେ ହାତ ଦେଇ ବସିଥିବା ବେଳେ ସେହିମାନେ ଏବେ ବାଲି ଚୋରିରେ ମୁଖ୍ୟ ପୁରୁଧା ସାଜିଥିବା କୁହାଯାଇଛି।

ଖାଲି ସେତକ ନୁହଁ କାଠପାଳ ଅଞ୍ଚଳର କିଛି ଗ୍ରାମବାସୀ ବାଲି ଚୋରି ନେଇ ଅଭିଯୁକ୍ତର ନାମ ସହ ଥାନା, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଳାପାଳଙ୍କୁ ଅଭିଯୋଗ ଦେଇଥିଲେ ମଧ୍ୟ ତଦନ୍ତ ହୋଇନଥିବା ଅଭିଯୋଗ ଉଠିଛି। ଏପରିକି ଅଭିଯୋଗକାରୀଙ୍କୁ ପୋଲିସ କଣ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲ ପାଲଟା ନାଲି ଆଖି ଦେଖାଇ ପରୋକ୍ଷରେ ବାଲି ମାଫିଆଙ୍କ ସଲାସୁତୁରା କରିଥିବାର ଗ୍ରାମବାସୀ କହନ୍ତି। ଏବେ କାଠପାଳ ନିକଟ ପୁନଦାଳରେ ଦୁଇଟି ଓ ଡୁମଗଣ୍ଡିରା ରେ ଗୋଟିଏ ବାଲି ଖାଦାନ ପଖାପାଖି ଦେଢ଼କୋଟି ଟଙ୍କାରେ ନିଲାମ ସରିଥିବା ବେଳେ କାଗଜପତ୍ର ପ୍ରକ୍ରିୟା ନସରୁଣୁ ଏହାର ଆଖ ପାଖରେ ବାଲି ଚୋରି ବୃଦ୍ଧିପାଇଛି। କାଠପାଳ ସୋନପୋଲ ନିକଟ ଓ କୋଲହାପାଳ ପରେ ଏବେ  କାଠପାଳ ଗାଁ ନିକଟ ସ୍ମଶାନ ଠାରେ ବାଲି ମାଫିଆ ସ୍ପଷ୍ଟ ଦିବାଲୋକରେ ବାଲି ଚୋରିକରୁଥିବାର ନଜରକୁ ଆସିଛି। ଗ୍ରାମବାସୀଙ୍କୁ ଭୟଭୀତ କରି ଲକ୍ଷଲକ୍ଷ ଟଙ୍କାର ରାଜସ୍ୱହାନି ହେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ଶୂନ ଥିବା ଆଭିଯୋଗ ହୋଇଛି। ପୋଲିସକୁ ଦୋଷ ଦେଇ ବାଲି ମାଫିଆଙ୍କ ଆଗରେ ସ୍ଥାନୀୟ ପ୍ରଶାସନ ହାତ ଟେକିଦେଇଥିବା ବେଳେ ଜିଲ୍ଲାପାଳ ଚୁପ କଣ ପାଇଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଦୀର୍ଘଦିନ କରୋନା ଆକ୍ରାନ୍ତ ପରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଆଜି କାଠପାଳ ଓ ପୁନଦାଳ ଅଂଚଳରେ ଥିବା ଚୋରା ବାଲି ଖାଦାନ ଉପରେ ଚଢ଼ାଉ କରିବା ପରେ ବ୍ୟାପକ ପରିମାଣରେ ବାଲି ବିଭିନ୍ନ ଗାଁରେ ଗଛିତ ଥିବା ଜାଣିବାକୁ ପାଇଥିଲେ।

ବାଲି ଗୁଡିକ ଜବତ କରି  ଆଣିବାକୁ ଟ୍ରକ ଓ ମେସିନ ତହସିଲଦାର ମଗାଇଥିଲେ।ହେଲେ  ରାସ୍ତାରେ ବାଲି ମାଫିଆମାନେ ଧମକ ଦେଇ ଟ୍ରକ ଓ ମେସିନ କୁ ଫେରାଇ ଦେଇଛନ୍ତି। ହେଲେ ତହସିଲଦାର ନ ଫେରି କାଂଶ ଓ ସଂଗ୍ରାମପୁର ଅଂଚଳରେ ଥିବା ଗଛିତ ବାଲିକୁ ଜୋରିମାନା ଧାର୍ଯ୍ୟ କରିଛନ୍ତି। ତେବେ ପୂର୍ବରୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ବାଲି ମାଫିଆମାନେ ଏକତ୍ରିତ ହୋଇ ଏକ ଗାଡି ଛଡ଼ାଇନେଇଥିବାବେଳେ ପୁଣି ଆଜି ଜଣେ ପ୍ରଶାନିକ ଅଧିକାରୀଙ୍କୁ କାର୍ଯ୍ୟରେ ବାଧାଦେବା ନେଇ ସାଧାରଣରେ ଘଟଣାକୁ ନିନ୍ଦା କରାଯାଇଛି।ପ୍ରଶାସନକୁ ବାଲିମାଫିଆ ଚେଲେଞ୍ଜ ଦେଇ କୋଟିକୋଟି ଟଙ୍କା ରାଜସ୍ୱ ଲୁଟ୍ କରିନେଉଥିବା ବେଳେ ଜିଲ୍ଲାପାଳ କଣ ପାଇଁ ଚୁପ୍ ରହି ଘଟଣାର ହସ୍ତକ୍ଷେପ କରୁନାହାନ୍ତି ବୋଲି ସାଧରଣରେ ପ୍ରଶ୍ନ ଉଠିଛି।

   Related Posts