Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ବାଲି ମାଫିଆଙ୍କ ରାଜ୍- ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକୁ ବିରେ।ଧ

16/01/2020 at 5:39 PM

ନବରଙ୍ଗପୁର ୧୬।୦୧ – ବାଲି ମାଫିଆଙ୍କ କବଜାରେ ନବରଙ୍ଗପୁର ଜିଲ୍ଲା ଟୁରି ନଦୀ ପଠା ।ଟେଣ୍ଡର ଆଇନକୁ ଖିଲାପ କରି ବେଆଇନ ଭାବେ ଚାଲିଛି ବାଲି ଉଠାଣ । ଆଉ ବିରେ।ଧ କଲେ ମାଫିଆଙ୍କ ଆକ୍ରେ।ଶର ଶୀକାର ହେଉଛନ୍ତି ସ୍ଥାନୀୟ ଲେ।କ ।

ବାଲି ମାଫିଆଙ୍କ ରାଜ୍ । ଏସ୍କାଭେଟର ମେସିନ୍ ଲଗାଇ ବୁହା ଚାଲିଛି ବାଲି । ନବରଙ୍ଗପୁର ଜିଲ୍ଲା ଆମ୍ବାଦଳାସ୍ଥିତ ଟୁରି ନଦୀ ପଠାରେ ବେଧଡକ ବାଲି ଚାଲାଣ କରୁଛନ୍ତି ମାଫିଆ ।ନଦୀ ଗର୍ଭରୁ ବାଲି ଉଠାଣ ନେଇ ସ୍ଥାନୀୟ ପ୍ରଶାସନ ଟେଣ୍ଡର ପ୍ରକ୍ରିୟା କରୁଛନ୍ତି । ଏଥି ପାଇଁ ନିର୍ଦ୍ଧିଷ୍ଟ ନିୟମ ଓ ସର୍ତ୍ତ ମଧ୍ୟ ରହିଛି । ବାଲି ଟେଣ୍ଡର ଅନୁସାରେ ବାଲି ଉଠାଣ ସମୟରେ କୌଣସି ମେସିନ୍ ବ୍ୟବହାର ଉପରେ କଟକଣା ରହିଛି । କିନ୍ତୁ ସବୁ ନିୟମ କାନୁନକୁ ଫୁ କରି ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି ମାଫିଆ। ମେସିନ ଲଗାଇ ନଦୀ ଗର୍ଭକୁ ଖେ।ଳ କରିଚାଲିଛନ୍ତି । ଆଉ ବିରେ।ଧ କଲେ ମାଫିଆଙ୍କ ଆକ୍ରାଶର ଶୀକାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।ଗାଁ ଲେ।କଙ୍କୁ ଗୁଣ୍ଡା ଲଗାଇ ଧମକ୍ ଚମକ ଦେଉଥିବା ଅଭିଯେ।ଗ ହେ।ଇଛି ।

ନିକଟରେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକୁ ବିରେ।ଧ କରିବା ସହ ଗୋଟିଏ ବାଲି ବୋଝେଇ ଟିପର  ଓ  ଗୋଟିଏ ଏସ୍କାଭେଟର ମେସିନକୁ  ଅଟକ ରଖିଥିଲେ ସ୍ଥାନୀୟ ଲେ।କ । ଏହାକୁ ନେଇ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିଥିଲେ ପ୍ରଶାସନ । ତେବେ ଆଗକୁ ଯଦି ପ୍ରଶାସନ କରିଥିବା  କଟକଣାକୁ ବାରମ୍ବାର ଖିଲାପ୍ କରାଯାଏ, ତା ହେଲେ ସେମାନଙ୍କ ବିରୋଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି  ନବରଙ୍ଗପୁର ଉପ- ଜିଲ୍ଲାପାଳ ।

ନଦୀ ଗର୍ଭରୁ ବାଲି ଉଠାଣ ପାଇଁ ପ୍ରଶାସନର ଏତେ କଟକଣା ସତ୍ବେ କିଭଳି ଠିକାଦାର ବାଲି ଉଠାଣରେ ବଡ ବଡ ମେସିନ୍ ବ୍ୟବହାର କରୁଛନ୍ତି ତା ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ ହେ।ଇପଡିଛି ।

   Related Posts