Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବାଲି ମାଫିଆଙ୍କ ଦାଦାଗିରି : ଆରଆଇ ଅଫିସରେ ପଶି ପିଟିଲେ, ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫଟାଇଦେଲେ

3/02/2020 at 3:49 PM

ଭଦ୍ରକ ୩/୨: ଚୋରା ବାଲି ଗାଡି ଅଟକାଇବାରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ସଂଘବଦ୍ଧ ଆକ୍ରମଣ । ଅତିରିକ୍ତ ତହସିଲଦାର ଓ ରାଜସ୍ବନିରୀକ୍ଷକଙ୍କ ସହ ୫ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ସ୍ବାଇଁଙ୍କ ମୁଣ୍ଡ ଫାଟିଯାଇଛି ।

 ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ର ରାଜସ୍ବ ନିରୀକ୍ଷକ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଅଟକାଇଥିଲେ । ପରେ ଟ୍ରାକ୍ଟର ଡ୍ରାଇଭର ବାଲି ଗାଡିରୁ ଢାଳି ଦେଇ ପଳାଇଯିବା ସମୟ ରେ  ଆରଆଇ ତାଙ୍କ ଗାଡି ନମ୍ବର ରଖିବା ସହ ବାଲି ଟ୍ରାକ୍ଟରର ଡ୍ରାଇଭରଙ୍କ ମୋବାଇଲ ରଖିଥିଲେ । ପରେ ଅତିରିକ୍ତ ତହସିଲଦାର ଖବର ପାଇଁ ମଞ୍ଜୁରୀରୋଡ଼ ଯାଇଥିଲେ । 

କାର୍ଯ୍ୟାଳୟ ଭିତରେ ଆରଆଇଙ୍କ ସହ ଅତିରିକ୍ତ ତହସିଲଦାର ଆଲୋଚନା କରୁଥିବାବେଳେ୧୦ଜଣରୁ ଅଧିକ ଲୋକ କାର୍ଯ୍ୟାଳୟ ଭିତରେ ପଶି ବାଡ଼ିରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିବା ସହ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଂଚିଛି ।

   Related Posts