Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବେଧଡକ ଲୁଟ୍ ହେଉଛି ବାଲି, ପୋଲିସକୁ ଦୋଷ ଦେଇ ଚୁପ୍ ବସିଛି ପ୍ରଶାସନ

1/10/2020 at 10:27 PM

ନୀଳଗିରି,୧/୧୦(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। କୋଟିକୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି। କିନ୍ତୁ ପ୍ରଶାସନ ତରଫରୁ ପୋଲିସକୁ ଦୋଷ ଦେଇ ହାତ ଟେକି ବସିଥିବା ଅଭିଯୋଗ ଉଠିଛି। ସବୁ ଖବର ଥାଇ ମଧ୍ୟ ଜିଲ୍ଲାପାଳ କଣ ପାଇଁ ଚୁପ କଣପାଇଁ ବୋଲି ଅଞ୍ଚଳବାସୀ ଆଙ୍ଗୁଳି ଉଠାଇଛନ୍ତି।

ନୀଳଗିରି ତହସିଲ ଅଧିନ କାଠପାଳ,ପୁନଦାଳ,କୋଲହାପାଳ ଅଂଚଳରେ ସକ୍ରିୟ ହୋଇଉଠିଛନ୍ତି ବାଲି ମାଫିଆ। ସେହି ଅଂଚଳର କରଞ୍ଜିଆ,କୋଲହାପାଳ ଗ୍ରାମର କିଛି ଗ୍ରାମବାସୀଙ୍କୁ ଢାଲ କରି ବାଲି ଚୋରି କରି ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ଯେତେବେଳେ ଟ୍ରାକ୍ଟର ସହ ବାଲି ଜବତ ହୁଏ ଖାଲି ଫାଇନ ଆଦୟ କରି ରହିଯାଏ ରାଜସ୍ୱ ବିଭାଗ। ଗାଡିମାଲିକ ସହ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ ନକରି ପାଇଁ ଛାଡି ଦେଇଥାଏ।ପୁଣି ସେମାନେ ପ୍ରୋତ୍ସାହନ ପାଇ ବାଲି ଲୁଟ କରିବାରେ ଲାଗିପଡନ୍ତି। ସେହିପରି ତତ୍କାଳୀନ ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ବାଲିମାଫିଆ ଆକ୍ରମଣ ଓ ଦୁର୍ବ୍ୟବହାରର ଅଭିଯୋଗ ପାଇ ପୋଲିସ ହାତରେ ହାତ ଦେଇ ବସିଥିବା ବେଳେ ସେହିମାନେ ଏବେ ବାଲି ଚୋରିରେ ମୁଖ୍ୟ ପୁରୁଧା ସାଜିଥିବା କୁହାଯାଇଛି।

ଖାଲି ସେତକ ନୁହଁ କାଠପାଳ ଅଞ୍ଚଳର କିଛି ଗ୍ରାମବାସୀ ବାଲି ଚୋରି ନେଇ ଅଭିଯୁକ୍ତର ନାମ ସହ ଥାନା, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଳାପାଳଙ୍କୁ ଅଭିଯୋଗ ଦେଇଥିଲେ ମଧ୍ୟ ୭ ମାସ ବିତିଗଲାଣି । ହେଲେ ତଦନ୍ତ ମଧ୍ୟ ହୋଇନଥିବା ଅଭିଯୋଗ ଉଠିଛି। ଖାଲି ସେତକ ନୁହଁ ପୋଲିସ କଣ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲ ପାଲଟା ନାଲି ଆଖି ଦେଖାଇ ପରୋକ୍ଷରେ ବାଲି ମାଫିଆଙ୍କ ସଲାସୁତୁରା କରିଥିବା ଗ୍ରାମବାସୀ କହିଛନ୍ତି। ଏବେ କାଠପାଳ ନିକଟ ପୁନଦାଳରେ ଦୁଇଟି ଓ ଡୁମଗଣ୍ଡିରାରେ ଗୋଟିଏ ବାଲି ଖାଦାନ ପଖାପାଖି ଦେଢ଼କୋଟି ଟଙ୍କାରେ ନିଲାମ ସରିଥିବା ବେଳେ କାଗଜପତ୍ର ପ୍ରକ୍ରିୟା ନସରୁଣୁ ଏହାର ଆଖ ପାଖରେ ବାଲି ଚୋରି ବୃଦ୍ଧିପାଇଛି।

କାଠପାଳ ସୋନପୋଲ ନିକଟ ଓ କୋଲହାପାଳ ପରେ ଏବେ  କାଠପାଳ ଗାଁ ନିକଟ ସ୍ମଶାନଠାରେ ବାଲି ମାଫିଆ ସ୍ପଷ୍ଟ ଦିବାଲୋକରେ ବାଲି ଚୋରିକରୁଥିବାର ନଜରକୁ ଆସିଛି। ଗ୍ରାମବାସୀଙ୍କୁ ଭୟଭୀତ କରି ଲକ୍ଷଲକ୍ଷ ଟଙ୍କାର ରାଜସ୍ୱହାନୀ ହେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ଶୁନ ଥିବା ଆଭିଯୋଗ ହୋଇଛି। ପୋଲିସକୁ ଦୋଷ ଦେଇ ବାଲି ମାଫିଆଙ୍କ ଆଗରେ ସ୍ଥାନୀୟ ପ୍ରଶାସନ ହାତ ଟେକିଦେଇଥିବା ବେଳେ ଜିଲ୍ଲାପାଳ ଚୁପ୍ କଣ ପାଇଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଘଟଣା କୁ ନେଇ ତହସିଲଦାର ଅଶେଷ କୁମାର ନାୟକଙ୍କ ମତାମତ ନେବାପରେ ବାଲିମାଫିଆ ଓ ଗାଡି ନାଁରେ ପୂର୍ବରୁ ଏତଲା ଦାୟର ସତ୍ୱେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବାରୁ ପରିଣାମ ସ୍ୱରୂପ ସେମାନେ ଅଧିକ ସକ୍ରିୟ ହେବା ସ୍ବଭାବିକ ବୋଲି କହିଛନ୍ତି।ହାତ ଟେକିଦେବା ଅଭିଯୋଗର ଖଣ୍ଡନ କରି ମୁଁ ମୋର ପାରୁ ପର୍ଯ୍ୟନ୍ତ କିଛି ପୋଲିସ କର୍ମଚାରୀ ନେଇ ଚଢ଼ାଉ ଜାରି ରଖିଛି ବୋଲି ସେ କହିଛନ୍ତି।

   Related Posts