ବାଲି ଉଠାଣକୁ ସ୍ଥାନୀୟବାସିନ୍ଦାଙ୍କ ବିରୋଧ, ପୋଲିସ ଉପସ୍ଥିତିରେ ଉଠାଗଲା ବାଲି

Published By : Prameya-News7 Bureau | June 29, 2021 IST

ଭଦ୍ରକ ।୬: ବାଲି ଉଠାଣକୁ ବିରୋଧ କରି ଲୋକେ ରାସ୍ତାରେ ବାଡ଼ ବାନ୍ଧି ଅବରୋଧ କରିଥିଲେ । ବହୁ ବିବାଦକୁ ନଜରରେ ରଖି ପୋଲିସ ଉପସ୍ଥିତିରେ ବାଲି ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

{"id":472944,"width":747,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଆଖୁଆପଦା ଆନିକଟଠାରେ ବାଲି ଉଠାଇବା ନେଇ ଟେଣ୍ଡର ପରେ ଲିଜ ଆକାରରେ ବାଲି ଉଠାଇବା ପାଇଁ ଅନୁମତି ଦିଆଯାଇଛି । ବାଲି ଉଠାଇଲେ ନଦୀ ବନ୍ଧ ଉପରେ ପ୍ରଭାବ ପଡିବ ବୋଲି ଅଭିଯୋଗ ନେଇ ସ୍ଥାନୀୟବାସିନ୍ଦା ରାସ୍ତାରେ ବାଡ଼ ବାନ୍ଧି ଦେଇଛନ୍ତି । ତେବେ ଉତ୍ତେଜନାକୁ ନଜରରେ ରଖି ଭାଣ୍ଡରିପୋଖରୀ ପୋଲିସ ଉପସ୍ଥିତିରେ ବାଲି ଉଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.