Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରାମ ମନ୍ଦିର ନିର୍ମାଣରେ ସମସ୍ୟା, ଗର୍ଭଗୃହ ତଳେ ୨୦୦ ଫୁଟ୍ ଯାଏଁ ବାଲି, ରହିଛି ସରଯୂ ନଦୀର ସ୍ରୋତ : ସମାଧାନ ପାଇଁ ଚାରି ଆଇଆଇଟିର ପରାମର୍ଶ ଲୋଡିଲେ ରାମ ଜନ୍ମଭୂମି ଟ୍ରଷ୍ଟ

2/01/2021 at 4:14 PM

ଅଯୋଧ୍ୟା,୦୨/୦୧: ଅଯୋଧ୍ୟାର ଯେଉଁ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେଉଛି ସେହି ସ୍ଥାନର ୨୦୦ ଫୁଟ୍ ତଳେ କେବଳ ବାଲି ରହିଛି । ଏହାସହ ଗର୍ଭଗୃହର ଅନତିଦୂରରେ ମାଟି ତଳେ ସରଯୂ ନଦୀର ସ୍ରୋତ ମଧ୍ୟ ମିଳିଛି । ଫଳରେ ମନ୍ଦିର ନିର୍ମାଣ କାମ ସାମୟିକ ଭାବେ ରୋକି ଦିଆଯାଇଛି । ଏବେ ଦେଶର ଚାରୋଟି ଆଇଆଇଟି ସହ ବିଭିନ୍ନ ରିସର୍ଚ୍ଚ ଅନୁଷ୍ଠାନକୁ ଏହାର ପ୍ରତିକାର ପାଇଁ କୁହାଯାଇଛି । କିପରି ବାଲି ଓ ପାଣି ଥିବା ଜମିରେ ୧୦୦୦ ବର୍ଷ ଯାଏଁ ମଜବୁତ ରହିବା ଭଳି ମନ୍ଦିର ନିର୍ମାଣ କରାଯିବ ସେନେଇ ସରକାର ପରାମର୍ଶ ଲୋଡିଛନ୍ତି ।

ମନ୍ଦିର ନିର୍ମାଣ ସମୟରେ ଏକ ମେକାସିଫ୍ଟ୍ ଟେମ୍ପୁଲ୍ ତିଆରି ହୋଇଛି । ଗର୍ଭଗୃହ ଯେଉଁଠି ଥିଲା, ସେଠାରୁ ମୂର୍ତ୍ତି ହଟାଇ ଦିଆଯାଇଛି । କାରଣ ସେହି ସ୍ଥାନରେ ମନ୍ଦିର ନିର୍ମାଣ ହେଉଛି । ଏକ ସୁନ୍ଦର ପରଦା ମଧ୍ୟ ଲଗାଯାଇଛି । ପରଦାରେ ଜୟଶ୍ରୀରାମ ଉଲ୍ଲେଖ ରହିଛି । ପୂର୍ବରୁ ଏଠାରେ ରାମଲଲାଙ୍କ ମୂର୍ତ୍ତି ଥିଲା । ଏଠାରେ ମନ୍ଦିର ପାଇଁ ମାଟି ଖୋଳିବା ବେଳେ ୨୦୦ ଫୁଟ୍ ଯାଏଁ ବାଲି ଥିବା ଜଣା ପଡିଥିଲା । ଏପରିକି ଗର୍ଭଗୂହର ପଶ୍ଚିମରେ ମଧ୍ୟ ସରଯୁ ନଦୀର ସ୍ରୋତ ମିଳିଛି ।

ରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ଏପରି ହେବ ବୋଲି କେହି କଳ୍ପନା କରିନଥିଲେ । ସରଯୁ ନଦୀର ଧାରା ମାଟି ତଳେ ରହିଛି । ନିର୍ମାଣ କରୁଥିବା ଇଞ୍ଜିନିୟରମାନେ ୧୦୦ ଫୁଟରୁ ମାଟି ଖୋଳି ପିଲର୍ ବା ମୂଳଦୁଆ ପକାଇବାକୁ ଚାହୁଁଛନ୍ତି । କିନ୍ତୁ ମାଟି ତଳେ ବାଲି ରହିଛି । ଯଦି ପିଲର ଉଠେ ତେବେ ପରେ ଏହା ଧସିଯିବାର ଆଶଙ୍କା ରହିଛି ।

ରାମ ମନ୍ଦିରର ଡିଜାଇନ୍ ଅନୁସାରେ, ଏବେ ମନ୍ଦିର ପୂର୍ବ ତୁଳନାରେ ଅଧିକ ବଡ ହେବ । ତିନି ମହଲା ବିଶିଷ୍ଟ ହେବା ସହ ଏହାର ମୋଟ୍ ଉଚ୍ଚତା ୧୬୧ ଫୁଟ୍ ହେବ । ମନ୍ଦିର ଭୂମିକମ୍ପ ନିରୋଧୀ ହେବା ନେଇ ଟ୍ରଷ୍ଟ୍ ଚାହୁଁଛି । ବାଲି ବାହାରିବା ପରେ ଆଇଆଇଟି ବମ୍ବେ, ଦିଲ୍ଲୀ, ଗୁଆହାଟୀ ଓ ରୁରକିର ସାହାଯ୍ୟ ନିଆଯାଇଛି । ଏଟାକାର ଇଞ୍ଜିନିୟର ବିଭିନ୍ନ ବିକଳ୍ପ ବାବଦରେ ବିଚାର କରୁଛନ୍ତି ।

   Related Posts